ପଦ୍ମପୁର;୧୩/୦୯(ପିପିଟି); ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ଥିତ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇ ଚାଲିଥିବା ଏମ୍.ସି.ଏଚ୍ ବିଲଡିଙ୍ଗ୍ କୁ ଏଠାକାର ସୁନାମଧନ୍ୟ ପ୍ରସୂତି ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସେଠଙ୍କ ତତ୍ୱାବଧାନରେ ଡାକ୍ତର ରବିନ୍ଦ୍ର କୁମାର ମାହାର,ସୁରଜ ଭୋଇ,ଅରୁଣ ବରିହା ପ୍ରମୁଖ ସ୍ୱେଚ୍ଛାସେବୀ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ବିଲଡିଙ୍ଗ୍ ର ସମସ୍ତ କୋଠରୀ ଗୁଡିକର ଅଳିଆ ଆବର୍ଜନା , ବୁଢ଼ିଆଣିଜାଲ ଇତ୍ୟାଦି କୁ ଭଲରୂପେ ସଫାସୁତୁରା କରି ସରକାରୀ ଚିକିତ୍ସାଳୟକୁ ଭଲଭାବରେ ସେନିଟ୍ରାଇଜ୍ କରାଯାଇଥିଲାାଡାକ୍ତର ଖାନା ରେ ନିଯୁକ୍ତି ପ୍ରାପ୍ତ ସଫେଇ କର୍ମଚାରୀ ମାନେ ଏଭଳି ମହତକାର୍ଯ୍ୟ ରେ ଲିପ୍ତ ରହି କରୋନା ଯୋଦ୍ଧା ଭାବେ ବେଶ ପରିଚୟ ଦେଇଥିବାରୁ ଡାକ୍ତର ସେଠ ସମସ୍ତ ସହଯୋଗିଙ୍କୁ ଧନ୍ୟବାଦ ଜଣାଇଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ)