ପଦୋନ୍ନତି ଦାବିରେ ଶିକ୍ଷକ ସଂଘର ଧାରଣା ।

0 278

ମାଲକାନଗିରି,୧୩/୧୨(ପିପିଟି):ମାଲକାନଗିରି ଜିଲ୍ଲାରେ ବରିଷ୍ଠତା ଭିତିରେ ୧୬୮୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦେଇ ନିୟମିତ କରିବା ଦାବିରେ ଜିଲ୍ଲା ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ଯଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଏହି କାର୍ଯ୍ଯକ୍ରମରେ ଏସସି/ଏସଟି ବର୍ଗର ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ନଥିବା ଜଣା ପଡିଛ । ଗତ ୭ ତାରିଖରେ ଏହି ସବୁ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ, ବିଧାୟକ, ଜିଲ୍ଲାପାଳ, ଏସପି ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟରେ ୨୯ଟି ଜିଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ହୋଇ ସାରିଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ଯ ୧୬୮୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏ ପର୍ଯ୍ୟନ୍ତ ପଦୋନ୍ନତି କରାଯାଇ ନାହିଁ। ଏହି ପଦୋନ୍ନତି ନ ଦେବା ଯୋଗୁଁ ୧୬୮୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବରିଷ୍ଠତା ହରାଇଛନ୍ତି। ସରକାରଙ୍କ ପଦୋନ୍ନତି ଘୋଷଣା ଅନୁସାରେ ସେପ୍ଟେମ୍ବର ୩୦ ତାରିଖ ୨୦୨୦ ମଧ୍ୟରେ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦେବା ସମୟ ସୀମା ରହିଥିଲା ବେଳେ ମାଲକାନଗିରି ଜିଲ୍ଲା ଶିକ୍ଷାଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନ ଥିବା ଅଭିଯୋଗ ହୋଇଛି। ଫଳରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଅନିର୍ଦ୍ଧଷ୍ଟ କାଳ ପର୍ଯ୍ଯନ୍ତ ଧାରଣାକେ ବସିଛନ୍ତି। ଯେପରି ଶିକ୍ଷାଦାନ ବାଧା ପ୍ରାପ୍ତ ନହୁଏ ସେଥି ପ୍ରତି ଗୁରୁତ୍ବ ପ୍ରଦାନ କରାଯାଇ ପ୍ରତି ଦିନ ୮ ଜଣ ଲେଖାଏଁ ଶିକ୍ଷକ ଧାରଣାରେ ବସିବା ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ଯ ପକ୍ଷରେ ଏହି ଧାରଣାରେ ଜିଲ୍ଲାର ଏସସି/ଏସଟି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇ ନଥିବା ବେଳେ ସାଧାରଣ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସହଯୋଗ କରିଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.