ମାଲକାନଗିରି,୦୧/୧୨(ପିପିଟି):ମାଲକାନଗିରି ସଦର ମହକୁମା ବାଲିସାଗର ସ୍ଥିତ ପଣ୍ଡା ଘରୋଇ କ୍ଲିନକ୍ ରେ ଧନୀ ଗରିବ,ଜାତି ଧର୍ମ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ମାଗଣାରେ ସୁଗାର ଏବଂ କିଡିନ୍ ପରୀକ୍ଷା କରାଯାଇଛି । ଏହି ସ୍ବାସ୍ଥ୍ଯ ଶବିରକୁ ମାଲକାନଗିରି ପୂର୍ନତନ ବିଧାୟକ ମାନସ ମାଡକାମୀ ଉଦ୍ଘାଟନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବିଜେଡି ଜିଲ୍ଲା ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ,ବିଜେଡି ସାଧାରଣ ସଂପାଦକ ଗୋପାଳ ପଣ୍ଡା,ବିଜେଡି ପୂର୍ବତନ ରାଜ୍ଯ କାର୍ଯ୍ଯକାରେଣି ସଦସ୍. ହିମାଂଶୁ ସାମଲ,ସାଂସଦ ପ୍ରତିନିଧି ମନୋଜ କୁମାର ବାରିକ,ପୂର୍ବତନ ମାଲକାନଗିରି ବ୍ଲକ ଉପାଧ୍ଯକ୍ଷ ଡନେଲ ପଟଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲନିକର ପ୍ରତିଷ୍ଠାତା ପ୍ରକାଶ କୁମାର ପଣ୍ଡା ଏହି ପରୀକ୍ଷା ବିନା ଶୁଳ୍କରେ ଡିସେମ୍ବର ପହିଲାରୁ ୨୨ ତାରିଖ ପର୍ଯ୍ଯନ୍ତ ସର୍ବ ସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇବା ଲାଗି ସୁନ୍ଦର ତହା ସମାଜସେବା ଭଳି ମହତ ପଦକ୍ଷେପ ଗ୍ରହଣ କରିଛନ୍ତି,ଯାହାକି ସଦର ମହକୁମାରେ ଗୁଡାଏ ପ୍ରାଇଭେଟ୍ କ୍ଲି ନିକ୍ ରହିଥିଲେ ମଧ୍ଯ ମାଗଣା ପରୀକ୍ଷା କରେଇବା ପଣ୍ଡା କ୍ଲିନିକ୍ ଜିଲ୍ଲା ପାଇଁ ପ୍ରଥମ କହିଲେ ଅତ୍ଯୁକ୍ତି ହେବ ନାହିଁ ବୋଲି ପୂର୍ବତନ ବିଧାୟକ ମାନସ ମାଡକାମୀ ଗଣ ମାଧ୍ଯମ ଆଗରେ ପ୍ରକାଶ କରିଛନ୍ତିI ପଣ୍ଡା କ୍ଲିନିକର ପ୍ରତିଷ୍ଠାତା ପ୍ରକାଶ କୁମାର ପଣ୍ଡା ଯେ କୌଣସି ମୁହୂର୍ତ୍ତେ ତାଙ୍କ ନିକଟକୁ ଗଲେ ସେ ନିଷ୍ଠାପର ଲହ ସମାଜ ସେବା କରନ୍ତି ବୋଲ. ଜିଲ୍ଲା ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ କହିବା ସହ ମାଗଣା ସୁଗାର ଏବଂ କିଡିନ୍ ପରୀକ୍ଷା ଫାଇଦା ସମସ୍ତ ଜନ ସାଧାରଣ ନେବାକୁ ଅନୁରୋଧ କରିବା ସହ ପ୍ରକାଶ କୁମାର ପଣ୍ଡାଙ୍କ ସାଧୁ ଉଦ୍ଯମକୁ ଭୁୟଶୀ ପ୍ରଶଂସା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post