କର୍ଲାମୁଣ୍ଡା,୦୭/୦୧(ପିପିଟି):କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଅନୁଷ୍ଠିତ ହୋଇଛି । ରିଷିଡା ସରପଞ୍ଚ ସେବତୀ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ମୁଖ୍ୟ ବକ୍ତା ଗଦାଧର ପ୍ରଧାନ ଅଧ୍ୟକ୍ଷ (JD COLLEGE RISIDA )ସମ୍ମାନନୀୟ ଅତିଥି କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ,ମହେନ୍ଦ୍ର ରଣା (ଜିଲ୍ଲା ପରିଷଦ ସଭ୍ୟ କର୍ଲାମୁଣ୍ଡା ‘ଜୋନ ନଂ – କ’) ସୁରେଶ ଚୋଧିରୀ ( ଜିଲ୍ଲା ପରିଷଦ ସଭ୍ୟ କର୍ଲାମୁଣ୍ଡା ‘ଜୋନ ନଂ- ଖ’) ନିମାଇଁ ଚରଣ ବେହେରା (ସିନୁ) ( ସମିତି ସଭ୍ୟ,ରିଷିଡା ଗ୍ରାମ ପଞ୍ଚାୟତ) ଜଶୋସ୍ଵିନୀ ଧାରୁଆ( ସରପଞ୍ଚ ପୌରକେଲା ଗ୍ରାମ ପଞ୍ଚାୟତ) ବରୁଣ ଛତ୍ରୀଆ (ସରପଞ୍ଚ ସ. ମାଳପଡା ଗ୍ରାମ ପଞ୍ଚାୟତ) ଦିପ୍ତୀ ରାଣୀ ସାହୁ (ସରପଞ୍ଚ ରେଗଡା ଗ୍ରାମ ପଞ୍ଚାୟତ) ଯୋଗ ଦେଇ ଥିଲେ । ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଓ ଅଞ୍ଚଳ ବସୀ ଯୋଗଦେଇ ଥିବାବେଳେ ପଞ୍ଚାୟତ ରେ ଥିବା ନାରୀ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ସକାଳେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର,ଇଷ୍ଟ ଦେବତାଙ୍କୁ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଘୁମୁରା,ଝୋଟି, ହୁଲୁହୁଲି, ଚିତ୍ରଙ୍କନ, ନାଚ, ଗୀତ, ରଚନା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ଅଞ୍ଚଳର ଜଣାଶୁଣା ନରୋତ୍ତମ ସେଲମା ମଞ୍ଚା ପରିଚାଳନା କରିଥିଲେ । ନାଏବ ସରପଞ୍ଚ ନରେଶ କେଡ଼ିଆ ପିଇଓ ଦେବରାଜ ରଣା ଜିଆରସ୍ ଶିଶିର ଗହୀର ଓ ସନ୍ତୋଷ ରଣା,ବୈକୁଷ୍ଠ ପରୁଆ, ୱର୍ଡା ମେମ୍ବର, ସାମ୍ବାଦିକ ରମେଶ ବାରିକ,ଭିଷ୍ମ ସାହୁ,ସୁଶାନ୍ତ ମଲ୍ଲିକ, କମ୍ବୁ ପାଣି ସାହୁ, ନରୋତ୍ତମ ସେଲମା ଏବଂ ଅଞ୍ଚଳର ଯୁବକ ମାନେ ପ୍ରମୁଖ ଉତ୍ସବରେ ସହୟୋଗ କରିଥିଲେ ।
(ରିପୋର୍ଟ-ଭୀଷ୍ମ ସାହୁ ।)