ନୂତନ ଥାନାଧିକାରୀଙ୍କୁ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ।

0 458

ଭଞ୍ଜନଗର,୨୨/୧୨(ପିପିଟି): ଭଞ୍ଜନଗର ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଥିବା ଧୀରେଶ କୁମାର ଦାସ ଙ୍କୁ ବୁଧବାର ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପୂର୍ବରୁ ଏଠାରେ ଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହେବା ପରେ ଶ୍ରୀ ଦାସ ଗାଙ୍ଗପୁର ଥାନାରୁ ବଦଳି ହୋଇ ଏଠାରେ ନୂତନ ଥାନାଧିକାରୀ ଭାବେ ଗତ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୁଧବାର ଉତ୍କଳ ସାମ୍ବାଦିକ ସଂଘର ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ରଙ୍କ ସମେତ ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ,ସଂଯୋଜକ ବିଶ୍ୱମ୍ଭର ଜେନା, ନଚିକେତା ପ୍ରଧାନ,କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ,ରଞ୍ଜନ ସ୍ୱାଇଁ,ମନୋଜ ଗୌଡ଼, ବବି ରଥ,ପପୁ ପ୍ରଧାନ,ଗିରିଶ ସାହୁ,ଅନିଲ ସେଠୀ ପ୍ରମୁଖ ନୂତନ ଥାନାଧିକାରୀ ଶ୍ରୀ ଦାସଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ପେଟ୍ରୋଲିଂ, ଅସାମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଥାନାଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ନିରପେକ୍ଷ ଭାବେ ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.