ନୂଆବର୍ଷରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବନ୍ଦ; ପର୍ଯ୍ୟଟକ ନିରାଶ ।

0 304

ଭଞ୍ଜନଗର,୧୮/୧୨(ପିପିଟି): ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରକ୍ଷଣାବେକ୍ଷଣ ଓ ମରାମତି କାରଣରୁ ଚଳିତ ଡିସେମ୍ବର ମାସ ୨୫ତାରିଖରୁ ଆସନ୍ତା ବର୍ଷ ଜାନୁଆରୀ ୧୦ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସ୍ଥିର ହୋଇଛି। ଚାରିଆଡେ ଏହି ପାର୍କର ଏକ ସ୍ୱତନ୍ତ୍ର ପରିଚୟ ଥିବା ବେଳେ ପୂର୍ବ ଭଳି ଏହାକୁ ସବୁଜ ସୁନ୍ଦର ଓ ଚଳ ଚଞ୍ଚଳ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଭଞ୍ଜନଗର ଜଳସେଚନ ବିଭଗ ପକ୍ଷରୁ କୁହାଯାଇଛି। ବିଶେଷ କରି ଏହି ପିକନିକ ସିଜିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ବୁଲିବାକୁ ଆସି ପାର୍କରେ ବିଭିନ୍ନ ଖେଳର ମଜା ନେଇ ଥାନ୍ତି। ଅନ୍ୟପଟେ ବର୍ତ୍ତମାନ ପରିସ୍ଥିତିରେ ଓମିକ୍ରନ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସତର୍କତା ଅବଲମ୍ବନ ଜରୁରୀ ହୋଇପଡ଼ିଛି। ତେଣୁ ଅଧିକ ଭିଡ଼ ଯୋଗୁଁ ବିପଦ ଆଶଙ୍କା ଥିବା ବେଳେ ଜଳସେଚନ ବିଭାଗର ଏଭଳି ପଦକ୍ଷେପ ସଂକ୍ରମଣ ରୋକିବାରେ ଯଥେଷ୍ଟ ସହାୟକ ହେବ ବୋଲି ବହୁ ବୁଦ୍ଧିଜୀବି ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.