ମାଲକାନଗିରି,୩୧/୧୦(ପିପିଟି): ମାଲକାନଗିରି ଉପକାରାଗାରରେ ନିଶା ଦ୍ରବ୍ଯ କାରବାରରେ ସଂପୃକ୍ତ ଜଣେ ମହିଳା ଜେଲ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ମାଲକାନଗିରି ଜିଲ୍ଲା ଉପ କାରାଗାରରେ ଏମିତି ଏକ ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବେଆଇନ ଭାବରେ ବହୁଦିନରୁ ଜେଲ ଭିତରେ ମହିଳା ୱାର୍ଡରେ ଖଇନି,ଗୁଟ୍ଖା ବେଆଇନ ମାଦକ ଦ୍ରବ୍ୟ ବ୍ୟବହାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ କୁମାର ବର୍ମା ଯାଞ୍ଚ ଚଳାଇଥିଲେ । ମହିଳା ୱାର୍ଡ ଡିୟୁଟିରେ ଥିବା ମହିଳା ୱାର୍ଡର ରୀତା ମାଣ୍ଡିଆ ରବିବାର ହାତରେ ଏକ ବ୍ୟାଗରେ କିଛି ସାମଗ୍ରୀ ନେଇ ୱାର୍ଡକୁ ଯାଉଥିବାର ସିସିଟିଭିରେ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ବର୍ମା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ମହିଳା ୱାର୍ଡରେ ପହଞ୍ଚି ବ୍ୟାଗକୁ ଯାଞ୍ଚ କରିବାରୁ ସେଥିରୁ ୨୦ପ୍ୟାକଟ ଖଇନି ଗୁଟ୍ଖା ଥିବାର ଦେଖିବାକୁ ପାଇଥିଲେ। ଏତେ ପରିମାଣର ମାଦକ ଦ୍ରବ୍ୟ ଜେଲ ଭିତରକୁ କାହିଁକି ଆାଣିଥିଲୁ ପଚାରିବାରୁ ସଠିକ ଉତ୍ତର ୱାର୍ଡର ଦେଇ ପାରିନଥିଲେ। ବେଆଇନ ଭାବେ ଜେଲ ଭିତରକୁ ମାଦକ ଦ୍ରବ୍ୟ ନେବା ଅଭିଯୋଗରେ ମହିଳା ଜେଲ୍ ୱାର୍ଡର ରୀତା ମାଣ୍ଡିଆଙ୍କୁ ନିଲମ୍ବିତ କରିବା ସହିତ ଏ ସମ୍ପର୍କରେ ଜେଲ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି। ଜେଲ ଭିତରକୁ କୌଣସି ନିଶା ଦ୍ରବ୍ୟ ଯେପରି ନ ଆସିବ ସେଥିପ୍ରତି କଡା ସୁରକ୍ଷା ସହିତ ଯାଞ୍ଚ ଵ୍ୟଵସ୍ଥା କୁ କଡା କଢି କରିଦିଆ ଯାଇଛି ବୋଲି ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ବର୍ମା କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post