ବେଗୁନିଆପଡା,୦୮/୦୨(ପିପିଟି): ନିର୍ବାଚନ ଆଚରଣବିଧି ଉଲଂଘନ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କଲା ବିଜେପି । ଆଜି ବେଗୁନିଆପଡା ବ୍ଲକରେ ନିର୍ବଚନ ଆଚରଣବିଧି ଉଲ୍ଲଂଘନ ନେଇ ଦୃଢ ପ୍ରତିବାଦ କରିଛି ବିଜେପି । ଏନେଇ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ଦାବୀପତ୍ର ଦେଇଛି ବିଜେପି । ଏସ ଛଚିନା ପଞ୍ଚାୟତର ସେବା ସମବାୟ ସମିତି ସମ୍ପାଦକ ନୀଳାଞ୍ଚଳ ନାୟକଙ୍କ ବିଜେଡି ନିର୍ବାଚନ ପ୍ରଚାରରେ ସାମିଲ ଫୋଟ ଭାଇରାଲ ହେବା ଘଟଣାକୁ ନେଇ ଆଜି ୪୫ ନମ୍ବର ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ଘୋଷ(ସଞ୍ଜୟ) ଲିଖିତ ଭାବେ ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ସେହିପରି ଅଙ୍ଗାର ଗାଁ ପଞ୍ଚାୟତର ସମବାୟ ସମିତି ସମ୍ପାଦକ ବସନ୍ତ ଭୂୟାଁ, ସେହି ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଡିଜିଟାଲ ମିଡିଆରେ ବକ୍ତବ୍ୟ ରଖିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ବୟାନ ଭାଇରାଲ ଭିଡିଓ ପ୍ରକାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରି ୪୬ ନମ୍ବର ଜୋନ ବିଜେପି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅହଲ୍ୟା ସାମନ୍ତରାୟ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ପୋଲାଇ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀ/ପ୍ରର୍ଥୀନୀମାନେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଓ ବିଧାୟକ/ବିଧାୟିକାଙ୍କ ଫୋଟ ଲଗାଇ ଭୋଟ ମାଗିବା ସହ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ଭୋଲି ସେ ଅଭିଯୋଗ ଆଣିଛନ୍ତି । ଏହା ସହ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଓ ବିଧାୟକ/ବିଧାୟିକାଙ୍କ ଫୋଟ ବ୍ୟାନେର ଓ ପୋଷ୍ଟରରେ ଲଟକାଉଛନ୍ତି । ଯାହା ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ବୋଲି କହିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଆଲୋକ କୁମାର ଶତପଥୀ ଗଣମଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ,ବେଗୁନିଆପଡା ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାମ୍ବରକୁ ଦଳୀୟ କାର୍ଯ୍ୟଳୟ ରୂପେ ବ୍ୟବହାର କରାଯାଉଛି । ଏହା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି । ଯଦି ଆଗାମୀ ଦିନରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ, ତାହା ହେଲେ ରାଜରାସ୍ତାକୁ ବିଜେପି ଓହ୍ଲାଇବ ବୋଲି ବ୍ଲକ ପ୍ରଶାସନକୁ ଭେଟି ବିଜେପି ସ୍ମାରକ ପତ୍ର ଦେଇଛି । ଏହାର ନକଲ ସେ ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଭୁବନେଶ୍ବର ଏବଂ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରେରଣ କରିଥିବା କଥା ଏହି ସୂତ୍ରରୁ ଜଣାପଡିଛି । ଏଥିସହିତ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି । ଏହି ଦାବୀପତ୍ର ପ୍ରଦାନ ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ପଲେଇ, ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ଘୋଷ, ବିଜେପି ଯୁବ ନେତା ନାରାୟଣ ସୁମନ୍ତରାୟ, ଘୁମୁଷର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଆଲୋକ କୁମାର ଶତପଥି, ଘୁମୁଷର ଜିଲ୍ଲା ବିଜେପି ମହିଳା ମୋର୍ଚା ସମ୍ପାଦିକା ମୀରାବାଈ ଦେଓ, ବେଗୁନିଆପଡା ମଣ୍ଡଳ ପ୍ରଭାରି ମାଧବ ଚରଣ ପାଇକରାୟ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।