ନାବାର୍ଡ ଦ୍ବାରା ମାନ୍ଯମକୋଣ୍ଡା ପଞ୍ଚାୟତରେ ଆମ୍ବ ଓ କାଜୁ ଚାଷ,ପାଞ୍ଚଶହ ଆଦିବାସୀ ହେବେ ଉପକୃତ ।

0 145

ମାଲକାନଗିରି,ତା:୧୮/୦୯(ପିପିଟି); ନାବାର୍ଡର ଆର୍ଥିକ ସହାୟତାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଯମକୋଣ୍ଡା ପଞ୍ଚାୟତରେ ୨୫୦ ଏକର ଆଦିବାସୀଙ୍କ ଢିପ ଜମିରେ କରାଯାଇଛି ଆମ୍ବ ଏବଂ କାଜୁ ଚାଷ ।ପରବର୍ତ୍ତୀ ସମୟରେ ଆମ୍ବ ଏବଂ କାଜୁ ଚାଷରୁ ମିଳିବ ରୋଜଗାରର ପନ୍ଥା । ଆଦିବାସୀମାନେ ହେବେ ଆର୍ଥିକ ସୁଦୃଢ ବୋଲି ନାବାର୍ଡ ଡିଡିଏମ ଧର୍ମେନ୍ଦ୍ର ବେଉରିଆ ପ୍ରକାଶ କରିଛନ୍ତି । ମାଲକାନଗିରି ଏକ ଆଦିବାସୀ ଅଧ୍ଯୁସିତ ଜିଲ୍ଲା ଭାବେ ଜଣାଶୁଣା । ଦାରିଦ୍ର ସୀମାରେଖା ତଳେ ଅଧିକାଂଶ ପରିବାର ଜୀବନ ନିର୍ବାହ କରୁଥିବା ବେଳେ ଜୀବିକା ଅନ୍ବଷଣରେ ଯୁବକ ଯୁବତୀମାନେ ବାଧ୍ଯ ହୋଇ ଦାଦନ ଖଟିବା ପାଇଁ ବାହାର ରାଜ୍ଯକୁ ପ୍ରତି ବର୍ଷ ଯାଇଥାନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାର ଆଦିବାସୀ ଅଞ୍ଚଳଗୁଡିକରେ ଲୋକମାନଙ୍କୁ ନିଜ ଗୋଡରେ ଠିଆ ହୋଇ ଆର୍ଥିକମାନ ଦଣ୍ଡକୁ ସୁଦୃଢ କରିବା ପାଇଁ ନାବାର୍ଡ ସଂସ୍ଥାର ଏକ ଅଭିନୟ ପ୍ରୟାସ ଜାରି ରହିଛି । ମାଲକାନଗିରିର ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୁଣ୍ଡା ପଞ୍ଚାୟତଟି କିଛିଦିନ ପୂର୍ବେ ମାଓଗଡ ରୂପେ କୁକ୍ଷାତି ଅର୍ଜ୍ଜନ କରିଥିଲା । କିନ୍ତୁ ଏହି ଅଂଚଳରେ ଆଦିବାସୀ ପରିବାର ବର୍ଗଙ୍କୁ ଆର୍ଥକ ସ୍ବାବଲମ୍ବୀ କରିବା ପାଇଁ ନାର୍ବାର୍ଡ ଅଣ୍ଟା ଭିଡି ଆଗେଇ ଆସିଛି । ନେତାଜୀ ଡେଭେଲପମେଣ୍ଟ ସୋସାଇଟ ଏକ ସ୍ବେଛାସେବା ଅନୁଷ୍ଠାନ ମାଧ୍ଯମରେ ୨୫୦ ଏକର ପାହାଡିଆ ଅନୁର୍ବର ଜମିରେ ଲଗାଇଛି ଆମ୍ବ ଓ କାଜୁ ଗଛ । ମାନ୍ୟମକୁଣ୍ଡା ପଞ୍ଚାୟତର କୁସୁମପୁଟ୍ , ପଟେରୁ, ଦୋକୁଣ୍ଡା, ରାଜଗିରି ଓ ମାନ୍ୟମକୋଣ୍ଡା ଗ୍ରାମର ଜଙ୍ଗଲ ଜମି ପଟା ପାଇଥିବା ପ୍ରାୟ ୫ଶହ ପରିବାରଙ୍କ ଜଙ୍ଗଲ ଜମିରେ ଲାଗଛି କାଜୁ ଓ ଆମ୍ବ ଗଛ ରୋପଣ ଗତ ୨୦୨୦ ଜୁନ ମାସରୁ ଆରମ୍ଭ କରାଯାଇଥିବା ବେଳେ ନେତାଜୀ ଡେଭେଲପମେଣ୍ଟ ସୋସାଇଟର ଅଧ୍ଯକ୍ଷ ବିପ୍ଲବ ମିର୍ଦ୍ଧା ପ୍ରକାଶ କରିଛନ୍ତି। ଏହି ଗଛଗୁଡିକର ରକ୍ଷଣ ବେକ୍ଷଣ ୬ ବର୍ଷ ପର୍ଯ୍ଯନ୍ତ ଉକ୍ତ ସ୍ବେଛାସେବୀ ସଂସ୍ଥା ଅଧିନରେ ରହିବା ପରେ ହିତାଧିକରୀମାନଙ୍କୁ ପ୍ରଦାନ କରାଯିବ । ପ୍ରଥମ ବର୍ଷରେ ଏହିସବୁ ଫଳଗଛ ମଧ୍ଯରେ ଅନ୍ୟାଅନ୍ୟ ଚାଷ ଯେଭଳି ମାଣ୍ଡିଆ, ଡାଲି ଓ ପନିପରିବା ଚାଷ କରିବା ପାଇଁ ପ୍ରୋତ୍ସାହନ କରାଯାଉଛି । ଡିଡିଏମ୍ ଶ୍ରୀବେଉରିଆ କହିଛନ୍ତି ଯେ ଆସନ୍ତା ୬ ବର୍ଷ ପରେ ଗୋଟିଏ ଗୋଟିଏ ପରିବାର ବର୍ଷକୁ ଅତିକମରେ ଏକ ଲକ୍ଷ ଟଙ୍କା ଆୟ କରି ପାରିବେ। ଯେଉଁ ଢିପ ଜମିଗୁଡିକ ଆଦିବାସୀ ପରିବାର ବର୍ଗଙ୍କର କୌଣସି ଚାଷ ନହୋଇ ବର୍ଷ ବର୍ଷ ଧରି ଅନୁର୍ବର ଭାବେ ପଡି ରହୁଥିଲା ନାବାର୍ଡର ୱାଡି କାର୍ଯ୍ଯକ୍ରମ ଦ୍ବାରା ଫଳ ଚାଷ କରାଯାଇ ରୋଜଗାରର ଏକ ବଳିଷ୍ଠ ମାଧ୍ଯମ ରୂପେ ପରିଗଣିତ ହେବ ବୋଲି କୁହାଯାଇଛି । (ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି )

Leave A Reply

Your email address will not be published.