ନାଟକୀୟ ଢଙ୍ଗରେ ଭଜିଲାନ୍ସ ଚଢ଼ାଉ,ଧରାପଡ଼ିଲେ କୋଦଳା ତହସିଲ କିରାଣି।

0 244

କୋଦଳା,୨୨/୧୧(ପିପିଟି):ଦୁଇଦିନ ର ଚେଷ୍ଟା ପରେ ନାଟକୀୟ ଢଙ୍ଗରେ କୋଦଳା ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ରୁ ଭିଜିଲାନ୍ସ ହାତ ରେ ଧରାପଡ଼ିଲେ କୋଦଳା ତହସିଲ ବରିଷ୍ଠ କିରାଣୀ ସହାୟକ ସଞ୍ଜୟ କୁମାର ସେଠୀ । ଭିଜିଲାନ୍ସ ଇନିସ୍ପେକ୍ଟରଙ୍କ କହିବା ପ୍ରକାରେ ଆଜକୁ ଦେଢ଼ ବର୍ଷ ପୂର୍ବେ ବେଗୁନିଆପଡା ବ୍ଲକ ବି.ନୂଆଗାଁ ଗ୍ରାମର ଦଣ୍ଡପାଣି ସାହୁ ନିଜ ପିତାଙ୍କ ନାମରେ ଥିବା ଘରବାରି ପଟ୍ଟାକୁ ନିଜ ନାମରେ କରିବା ପାଇଁ କୋଦଳା ତହସିଲରେ ଆବେଦନ କରିଥିଲେ । କିନ୍ତୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ କିଛି ଦିନ ନିରବ ରହିବା ପରେ ତହସିଲ କର୍ମକର୍ତ୍ତାଙ୍କ ପରାମର୍ଶ କ୍ରମେ ପୁଣି ଅନଲାଇନ ଆବେଦନ କରି ତହସିଲ ଦୌଡିଲେ । ତଥାପି କିଛି ହୋଇ ନପାରିବାରୁ ତହସିଲ କର୍ମଚାରୀ ଅର୍ଥ ଦାବୀ କରିଥିଲେ ।ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଦଣ୍ଡପାଣି ଶେଷରେ ପାନେ ଦେବାକୁ ଚେଷ୍ଟା କରି ଭିଜିଲାନ୍ସ କୁ ଖବର ଦେଇ ତାଙ୍କ ପ୍ଲାନ ମୁତାବକ କାର୍ଯ୍ୟ କରିଥିଲେ । ଗତ କାଲିଠାରୁ ଅଭିଯୋଗ କାରୀଙ୍କୁ ରାସାୟନିକ ପଦାର୍ଥ ଲେପଥିବା ଟଙ୍କା ଦେଇ ଏମାନେ ବିଭିନ୍ନ ବେଶ ରେ ସଜ୍ଜିତ ହୋଇ ତହସିଲ ସମ୍ମୁଖର ବିଭିନ୍ନ ସ୍ଥାନ ରେ ଛପି ରହିଥିଲେ, ଗତକାଲି କୌଣସି ସୁବିଧା ନ ମିଳିବାରୁ ଆଜି ବି ସୁଯୋଗ ଅପେକ୍ଷ୍ୟା ରେ ଥିଲେ ଭିଜିଲାନ୍ସ ।ଆଜି ମଧ୍ୟାହ୍ନ ରେ କୋଦଳା ବସଷ୍ଟାଣ୍ଡ ନିକଟ କାକା ହୋଟେଲକୁ ଆବେଦନ କାରି କିରାଣୀ ସଞ୍ଜୟ ସେଠିଙ୍କୁ ଡକାଇ ଟଙ୍କା,ଚଣା ଏବଂ ମୁଗ ଦେଉଥିବା ସମୟରେ ଆଦିବାସୀ ବେଶରେ ଜଗି ରହିଥିବା ଭିଜିଲାନ୍ସ ସଞ୍ଜୟକୁ ମାଡିବସୀ ରାସାୟନିକ ଲେପ ଥିବା ଟଙ୍କା ଜବତ କରି ତହସିଲ କାର୍ଯ୍ୟାଳୟ ରେ ତନାଘନା କରି କିରାଣୀଙ୍କ ଠାରୁ ନଗଦ ୬୪୬୦/-ଟଙ୍କା କିଛି ଚଣା, ମୁଗ ଓ ଦୁଇଟି ଏଟିଏମ କାର୍ଡ ଜବତ କରି ତହସିଲ ବଡ଼ବାବୁଙ୍କୁ ନିଜ ପରିଚୟ ପ୍ରଦାନ କରି ଅଧିକ ତଦନ୍ତ ପାଇଁ କିରାଣୀ ସଞ୍ଜୟଙ୍କୁ ଧରି ଫେରିଥିଲେ ।ଏହାକୁ ନେଇ କିରାଣୀ ସଞ୍ଜୟ ମୁଁ ନିର୍ଦ୍ଦୋଷ ମୋତେ ଫସାଇ ଦିଆଯାଇଛି ବୋଲି କହିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.