ନର୍ସିଙ୍ଗ କଲେଜରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ।

0 372

ଭଞ୍ଜନଗର,୦୩/୦୨(ପିପିଟି): ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନିୟମ ପାଳନ କରି ଭଞ୍ଜନଗର ଶ୍ରୀ ବିହାର ଠାରେ ନୂତନ ଭାବେ ଆରମ୍ଭ ହୋଇଥିବା ଭଞ୍ଜ କଲେଜ ଅଫ ନର୍ସିଙ୍ଗ ତରଫରୁ ବିଦ୍ୟାଳୟ ପରିସରରେ ପରିଚାଳନା କମିଟିର ସଦସ୍ୟ, କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱାଗତ ସଭା ଅନୁଷ୍ଠିତ ହେଇଯାଇଛି ।ଅନୁଷ୍ଠାନର ଅଧ୍ୟକ୍ଷ ତ୍ରୈଲୋକ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଗୀତାଞ୍ଜଳି ରାଉତ ପ୍ରଥମ ବର୍ଷ ବି.ଏ.ସି ନର୍ସିଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବି.ସି. ସି.ଏମ ର ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ତ୍ରିପାଠୀ, ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀନିବାସ ପାତ୍ର ଏବଂ ଅଧ୍ୟାପିକା ସ୍ଵାଗତିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳା ଜୀବନ ସହ ଅଧ୍ୟୟନ ଏବଂ ଅନୁଶୀଳନ ପ୍ରତି ଧ୍ୟାନ ଦେବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ । ଅଧ୍ୟ୍ୟାପିକା ସ୍ଵାଗତିକା ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.