ନବେ ତମ ସ୍ୱନକ୍ଷତ୍ର ଦିବସ ଅବସରରେ ନୂତନ ବିଦ୍ୟାର୍ଥୀଙ୍କ ସ୍ୱାଗତ ଉତ୍ସବ -୨୦୨୪ପାଳିତ।

0 309

ବୋଲଗଡ଼,୩୦/୦୭(ପିପିଟି): ଘନଶ୍ୟାମ କଳ୍ପତରୁ ଶାନ୍ତି ଅଶ୍ରମମୁଗମଣ୍ଡା ର ମହନ୍ତ ମହାରାଜ ଦେବରାଜ ଲେଙ୍କା ଜଣେ ଆଦର୍ଶ ଶିକ୍ଷକ ଭାବେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ ସେ ପୂର୍ଣ୍ଣ ସମୟ ସ୍କୁଲରେ କଟାଉଥିଲେ, ମାଗଣା ରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ଓ ଅଭାବୀ ପିଲାଙ୍କୁ ବହି,ପ୍ୟାଣ୍ଟ ସାର୍ଟ ଦେଇ ପାଠ ପଢିବାପାଇଁ ଉତ୍ସାହିତ କରୁଥିଲେ l କାଳକ୍ରମେ ଜଣେ ଭ୍ରାମ୍ୟମାଣ ସନ୍ଥଙ୍କ ସଂସ୍ପର୍ଶରେ ଆସି ନିଜର ଶିକ୍ଷକ କର୍ମରୁ ନିବୃତ ହୋଇ ଅବଶିଷ୍ଟ ଜୀବନ ଜଣେ ସାଧୁ ସଜନ ରୂପେ ପ୍ରତିଷ୍ଠିତ ହୋଇ ଜଣେ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ଭାବେ ପ୍ରାୟ ୨୦ ଲକ୍ଷ ଶିଷ୍ୟ ଶିଷ୍ୟାଙ୍କର ପଥ ପଦର୍ଶକ ରୂପେ ପୂଜିତ ହୋଇ ଆସୁଛନ୍ତି l ତାଙ୍କ ଦ୍ୱାରା ପରିଚାଳିତ ଘନଶ୍ୟାମ କଳ୍ପତରୁ ଅଶ୍ରମର ମୁଖ୍ୟ ପୁରୋଧା ରୂପେ ଆଶ୍ରମ ପରିସରରେ

ସମାଜ ରେ ଶିକ୍ଷ୍ୟା ସଂସ୍କାର ପାଇଁ ଗୋଟେ ଆଦର୍ଶ ସ୍କୁଲର ପ୍ରତିଷ୍ଠା କରିଥିଲେ l ସେହି ସ୍କୁଲ ଯଥାଚିତ ଉର୍ନ୍ନତି କରି ଏବେ ଗୁରୁ ଦେବଙ୍କ ଆଦର୍ଶ କୁ ନେଇ ଦେବ ଗୁରୁ ଆଦର୍ଶ ବିଦ୍ୟାଳୟ ନାମରେ ସାରା ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାରେ ଭଲ କୃତିତ୍ୱ ଅର୍ଜନ କରିଥିବାବେଳେ ଏବେ ଶିଶୁଶ୍ରେଣୀ ଠାରୁ ଯୁକ୍ତ ଦୁଇ ବିଜ୍ଞାନ ପର୍ୟ୍ଯନ୍ତ ଛାତ୍ର ଛାତ୍ରୀ ଆବାସିକ ଭାବେ ରହି ବିଦ୍ୟା ଅଧୟନ କରୁଛନ୍ତି। ପ୍ରତି ବର୍ଷ ଗୁରୁଦେବଙ୍କ ଜନ୍ମ ଦିନ ଓ ନୂତନ ବିଦ୍ୟାର୍ଥୀଙ୍କୁ ସ୍ବାଗତଂ କରାଯାଉ ଥିଲେ ହେଁ ଏ ବର୍ଷ ସ୍କୁଲର ପ୍ରତିଷ୍ଠାତା ଗୁରୁଦେବ ଦେବରାଜ ପରମହଂସଙ୍କ ନବେ ତମ ସ୍ୱନକ୍ଷେତ୍ର ଦିବସ ଅବସରରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ବାଗତଂ କରାଯସିଥିଲା ଓ ବିଭିନ୍ନ ଖେଳ କୁଦ ଏବଂ ବିଷୟରେ ଭଲ ପଦର୍ଶନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଦୀପ ବାରିକ ଓ ପଶ୍ଚିମେଶ୍ୱର ଦେବ ସରକାରୀ ବିଦ୍ୟାଳୟ,ତାଲତୁମ୍ବ ର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ପ୍ରଣତି ଗୁରୁମା ଓ ମୁଖ୍ୟ ବକ୍ତା ରୂପେ ରଣପୁରର ପୂର୍ବତନ ସାଂସଦ ରବିନାରାୟଣ ମହାପାତ୍ର ଉପସ୍ଥିତ ରହି ପୁରସ୍କାର ବିତରଣ କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ଓ ଉଜ୍ବଳ ଭବିଷତ ପାଇଁ ଗୁରୁକୁଳ ସ୍କୁଲର ଆବଶ୍ୟକତା ବିଷୟରେ ଆଲୋକ ପାତ କରିଥିଲେ। କାର୍ଯ୍ୟ କ୍ରମ ଆରମ୍ଭରୁ ଗୁରୁ ଦେବଙ୍କୁ ଜନ୍ମ ଦିନ ଶୁଭେଚ୍ଛା ପ୍ରଦାନ ସହିତ ଗୁରୁ ପୂଜା କରାଯାଇ ଥିଲା ଓ ସମ୍ପୂର୍ଣ୍ଣ କାର୍ଯକ୍ରମ ଆଗକୁ ବଢିଥିଲା l
ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଦୀନବନ୍ଧୁ ଲେଙ୍କା ଓ ପ୍ରଧାନ ଗୁରୁଜୀଙ୍କ ସମେତ ସ୍କୁଲର ସମସ୍ତ ଗୁରୁଜୀ ଗୁରୁମା ମଂଚାସୀନ ରହି ଗୁରୁ ବନ୍ଦନା କରି କାର୍ଯ୍ୟକ୍ରମ ସମାପନ କରିଥିଲେ l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.