କୋଦଳା,୧୨/୧୧(ପିପିଟି): ଶନିବାର ସକାଳୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶାଳବଣ ଗ୍ରାମର ଜଣେ ଶାନ୍ତ ସରଳ ପରୋପକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ଶ୍ରୀ ହରିହର ପଲେଇ ୯୬ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଗୋଟିଏ ବଡ଼ ପରିବାର ର ମୁଖିଆ ଯାହାଙ୍କ ୯ ଗୋଟି ପୁଅ ୨ଗୋଟି ଝିଅ, ନାତି ନାତୁଣୀ ,ଅଣି ନାତି ପଣି ନାତି ମିସେଇଲେ ତାଙ୍କରି ୧୫୮ ଜଣ ପରିବାର । ଘର କଥା ବୁଝିବା ସହିତ ସାହି ପଡିଶାଙ୍କ ସମସ୍ତ ସୁବିଧା ଅସୁବିଧାରେ ସହଯୋଗ କରିଥିଲେ! ମୃତ ଶରୀର ନିକଟରେ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Prev Post