ଧର୍ମଶାଳା ବି.ଡି.ଓ ଙ୍କ ବିରୁଦ୍ଧରେ ଗଣଧାରଣା ।

0 205

ଯାଜପୁର,୦୩/୦୯(ପିପିଟି):ଧର୍ମଶାଳା ବ୍ଲକର ଗୋଷ୍ଠୂ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ବିରୁଦ୍ଧରେ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ,ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଓ ସେମାନଙ୍କର ସମର୍ଥକ ମାନଙ୍କୁ ନେଇ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ବିଶେଷ ଭାବରେ ଗତ କିଛିଦିନ ତଳେ ନିର୍ବାଚିତ ପ୍ରତିନିଧିମାନେ କିଛି ଦାବିପତ୍ର ନେଇ ବିଡିଓଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ସେଠାରେ ସେମାନେ ବହୁ ସମୟ ଅପେକ୍ଷା କରିବାପରେ ବିଡିଓ ଆସିଥିଲେ ହେଲେ ବିଧାୟକଙ୍କ ଅସାମାଜିକ ବ୍ୟକ୍ତି ବିଡିଓଙ୍କ ଉପସ୍ଥିତିରେ ଏହି ପ୍ରତିନିଧି ମାନଙ୍କୁ ଅସଦାଆଚରଣ, ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ସେମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ, ଯାଜପୁରଙ୍କୁ ଭେଟି ସେମାନଙ୍କୁ ଅଭିଯୋଗ ଜଣାଇଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଏହାର ତଦନ୍ତ କରି ନ୍ୟାୟ ଦେବାପାଇଁ ୩ ଦିନ ସମୟ ନେଇଥିଲେ କିନ୍ତୁ ସେହି ସମୟ ସୁଧା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନନେବାରୁ ଆଜି ସେମାନେ ଗଣଧାରଣାକୁ ଓହ୍ଲାଇଥିଲେ । ଏହି ଗଣଧାରଣାରେ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ନେତୃ ମଳୀ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ,ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ୍,ଯାଜପୁର ବିଧାୟିକା ସୁଜାତା ସାହୁ,ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନା, ପୂର୍ବତନ ଜିଲ୍ଲା ପରିଷଧ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ପାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ପାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଜିଲ୍ଲା ଛାତ୍ର ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ, ବ୍ଲକ ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ନିର୍ବାଚନ ମଳୀ ସଭାପତି ରେଣୁବାଳା ଶତପଥୀ, ଗାର୍ଲସ ୱିଙ୍ଗ ସଭାନେତ୍ରୀ କ୍ଷିରାବ୍ଧୀ ତନୟା ମଲ୍ଲିକ, ଧର୍ମଶାଳା ନୀର୍ବାଚନ ମଳୀର ବହୁ ଜିଲ୍ଲାପରିଷଦ, ସରପ, ସମିତିସଭ୍ୟ, ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ନେତୃମଳୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ଡ. ପ୍ରିୟନାଥ ମହାପାତ୍ର । ଶେଷରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମ୍ବନ୍ଧରେ ଭୂବନେଶ୍ୱର ସ୍ଥିତ ଲୋକସଭା ଭବନ ଠାରେ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୨୦ ଜଣରୁ ଅଧିକ ବିଧାୟକ ଓ ବିଧାୟିକା ମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.