ଧର୍ମଶାଳା ବିଜେଡିର ମହା ମିଶ୍ରଣ ପର୍ବ: ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବହୁ କର୍ମୀ

0 341

ଯାଜପୁର,୦୮/୧୦(ପିପିଟି) : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଳୀର ରମେଶ ଚନ୍ଦ୍ର ପରିଡା (ତୁଷାର)ଙ୍କ ତତ୍ୱାବଧାନରେ ବିଭିନ୍ନ ପଞ୍ଚାୟତର ବିରୁପାକ୍ଷ ବେହେରା, ଦଶରଥ ଖିଲାର, ପ୍ରଭଞ୍ଜନ ମହାନ୍ତି, ମାନସ ମହାନ୍ତି, ମିର୍ଜାପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଧରିତ୍ରୀ ସାମଲ, ସଂଗ୍ରାମ ସାମଲ, ମଧୁପୁରଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ଜେନାମଣୀ, ମୃତୁଞ୍ଜୟ ଦାସ, ପ୍ରକାଶ ନାୟକ, ସୁରଥ ଦାସ, କାମଦେବ ରାଉତ, ଦିଲିପ ରଥ, ଗଗନ ଦାସ, ଅଶୋକ ସାହୁ, ରମେଶ ବେହେରା, ଅଧରକାନ୍ତ ଜେନା, ଦେବିପ୍ରସାଦ ଦାସ, ଶରତ ଧଳ, କୁଳମଣୀ ପା, ମହେନ୍ଦ୍ର ପା, ଆଶିଷ ବଳ ଏମାନଙ୍କ ନେତୃତ୍ୱରେ ବିଜେପିର ଶହ ଶହ କର୍ମୀମାନେ ପଟୁଆରରେ ଆସି ଆଜି ମଧ୍ୟାହ୍ନରେ କଳ୍ପତରୁ ଦାସ ଷ୍ଟାଡିୟମ୍, ଜାରକାଠାରେ ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ଧର୍ମଶାଳାର ମାନ୍ୟବର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ବ୍ଲକ ସଭାପତି ଜଳଧର ମହାନ୍ତି, ରସୁଲପୁର ବ୍ଲକ ସଭାପତି ଅରୁଣ ରାଉତ, ଡ଼. ପ୍ରିୟନାଥ ମହାପାତ୍ର, ଦୁଶାସନ ସାହୁ, ଜଳଧର ସାହୁ, ଉତ୍କଳମଣି ଦାସ, ନିରଞ୍ଜନ ରାଉତ, ଅମରେନ୍ଦ୍ର ରାୟ, ବିକାଶ ଦାସ, ପ୍ରହଲ୍ଲାଦ ଲେଙ୍କା, ମଦନ ମୋହନ ନାୟକ, ବିକ୍ରମ ବିଶ୍ୱାଳ, ପିତାମ୍ବର ନାୟକ, ଲୋକନାଥ, କ୍ଷୀତିଶ ନାୟକ, ନିର୍ମଳ ପ୍ରଧାନ, ଜଗଦାନନ୍ଦ ରାଉତ, ବିଶ୍ୱବନ୍ଦନା ଜେନା, କ୍ଷୀରାବ୍ଦୀ ତନୟା ମଲ୍ଲିକ୍ ଓ ସମସ୍ତ ପାୟତର କର୍ମର୍କାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.