ପଦ୍ମପୁର,୦୯/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ବ୍ଲକର ଡୁମେରବାହାଲ ଗ୍ରାମର ଧର୍ମପରାୟଣ ମହିଳା ତଥା ପରୋପକାରୀ ୯୦ ବର୍ଷିଆ ମାଁ ବେଲମତୀ ସାହୁ ଇହଧାମ ରେ ଆଉ ନାହାନ୍ତି । ଗତ ରାତ୍ରି ରେ ସେ ପରଲୋକ ଗମନ କଲେ । ସ୍ୱର୍ଗତ ସାହୁଙ୍କ ପରିବାର ଦିର୍ଘ ୩୨ ବର୍ଷ ବରଗଡ ଜିଲ୍ଲାସ୍ଥ ଅତାବିରା ଥାନା ର ଜହ୍ନାପଡା କର୍ଣ୍ଣାଟିକିରା ଗ୍ରାମରୁ ଆସି ପାଇକମାଲ ବ୍ଲକ ଅଧିନସ୍ଥ ମାଣ୍ଡୋସିଲ ଗ୍ରାମପଂଚାୟତ ଅନ୍ତର୍ଗତ ଡୁମେରବାହାଲ ଗ୍ରାମ ରେ ରହି ବସବାସ କରୁଥିଲେ । ବେଲମତୀ ଜଣେ ମିଷ୍ଟ ଭାଷୀ ପରୋପକାରୀ ଓ ଧର୍ମପରାୟଣ ତଥା ଯେ କେହି ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଅନାବିଳ ସ୍ନେହର ଏକ ଋଜ୍ଜୁ ରେ ବାନ୍ଧି ରଖିଥିଲେ । ସେ ଗତ କିଛିମାସ ହେଲା ବାର୍ଦ୍ଧକ୍ୟ ଜନିତ କାରଣରୁ ଶଯ୍ୟାଶାୟୀ ହୋଇ ପଡିଥିଲେ ।ତାଙ୍କ ମୂତ୍ୟୁଶଯ୍ୟା ନିକଟ ରେ ଚାରିପୁତ୍ର ଯଥା,ସନ୍ତୋଷ, ଶିବ ପ୍ରସାଦ, ଲୋଚନ ଓ ବନବସ,ଚାରି ବୋହୁ,ନାତି ନାତୁଣୀ ଏବଂ ନିତିବୋହୁ ମାନେ ଉପସ୍ଥିତ ଥିଲେ । ଆଜି ତାଙ୍କର ମରଶରୀର ସ୍ଥାନୀୟ ଶ୍ମଶାନ ରେ ବିଲିନ ହୋଇଯାଇଛି । ବଡପୁଅ ସନ୍ତୋଷ ମଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗ ରେ ସମ୍ପୂକ୍ତ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି । କେତେକଙ୍କ ମତ ରେ ସେ ଆମ ହୃଦୟ ରେ ସଦାସର୍ବଦା ଥିଲେ ଅଛନ୍ତି..ଥିବେ ବର୍ତ୍ତମାନ ପ୍ରତିମୂହୁର୍ତ୍ତ ରେ ବୋଲି ମତବ୍ୟକ୍ତ କରିଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।