ଦ୍ୱିତୀୟ ଥର ପାଇଁ ପୁଣି ସଫଳତା; ଲୋକଙ୍କ ମନରୁ ପୋଲିସ ଭୟ ଦୂର କରିବି, ବବିତା ।

0 739

ଭଞ୍ଜନଗର,୨୫/୧୧(ପିପିଟି): ଗତ ୨୦୧୭ ମସିହାରେ, ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାର ୪୦୧ ନଂ ରେଙ୍କରେ ସଫାତଳା ପାଇ ଭାରତୀୟ ପୋଲିସ ସେବା ପାଇଁ ମନୋନୀତ ହୋଇଛନ୍ତି ଭଞ୍ଜନଗର ଝିଅ ବବିତା ରାଣୀ ସ୍ୱାଇଁ । କିଛି ମାସ ପୂର୍ବରୁ ଫଳାଫଳ ପ୍ରକାଶ ପାଇଥିଲା । ଏବେ ରେଙ୍କ ବିଷୟରେ ସ୍ପଷ୍ଟ ହେବା ପରେ, ବବିତା ରାଣୀ ଓ ତାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଭଞ୍ଜନଗର ବାସିନ୍ଦା ତଥା ବନବିଭାଗ ରେ ବନପାଳ ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଏକମାତ୍ର ଝିଅ ବବିତା ରାଣୀ ସ୍ୱାଇଁ । ପିଲାଟି ବେଳରୁ ପାଠପଢା ପ୍ରତି ବେଶ ସଜାଗ ଥିବା ବବିତା, ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଅଧ୍ୟୟନ କରିବା ପରେ ଉଚ୍ଚଶିକ୍ଷା ପ୍ରତି ଗୁରୁତ୍ୱ ଦେଇଥିଲେ । ସମସ୍ତ ଶିକ୍ଷକ ତଥା ବାପା କୃଷ୍ଣଚନ୍ଦ୍ର ଓ ମା ବିଜୟଲଷ୍ମୀଙ୍କ ପ୍ରେରଣା ତାଙ୍କ ପାଇଁ ସବୁବେଳେ ପ୍ରେରଣା ଦେଇ ଆସିଛି । ଏହାସହ ଈଶ୍ୱରଙ୍କ କୃପା, ତାଙ୍କ ସଫଳତା ର ଆଉ ଏକ ମାଧ୍ୟମ ବୋଲି କହିଛନ୍ତି ବବିତା । ୨୦୧୮ ମସିହାରେ ସିଭିଲ ସର୍ଭିସ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ସେ, ଭାରତୀୟ ରେଳ ପ୍ରଶାସନିକ ସେବା ବିଭାଗରେ ନିଯୁକ୍ତି ପାଇ ଆଜମିର ରେ କାର୍ଯ୍ୟରତ ଥିଲେ । ତାହା ସତ୍ତ୍ୱେ ଆହୁରି ଅଧିକ ସଫଳତା ପାଇବା ଲକ୍ଷରେ ପୁଣି ୨୦୨୦ ସିଭିଲ ସର୍ଭିସ ପରୀକ୍ଷା ଦେଇ ୪୬୪ ରେଙ୍କରେ ସଫଳତା ପାଇ ମନୋନୀତ ହୋଇଛନ୍ତି ବବିତା । ବିଶେଷ କରି ଆଇନ ଶୃଙ୍ଖଳା ବ୍ୟବସ୍ଥା ଭିତରେ, ସମାଜର ସାଧାରଣ ଲୋକ, ମହିଳା, ଶିଶୁଙ୍କୁ ଉପଯୁକ୍ତ ଆଇନ ସେବା ଏବଂ ସକାରାତ୍ମକ ପରିସ୍ଥିତି ପ୍ରତି ସବୁ ବେଳେ ଧ୍ୟାନ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବବିତା ରାଣୀ । ତାଙ୍କର ଏହି ସଫାତଳା ପଛରେ, ତାଙ୍କ ସ୍ୱାମୀଙ୍କର ମଧ୍ୟ ବହୁତ ସହଯୋଗ ରହିଥିବା ସେ କହିଛନ୍ତି । ବବିତାଙ୍କ ଏହି ସଫଳତାକୁ ନେଇ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ ମାନେ ଅଭିନନ୍ଦନ ଜଣାଯାଇଛନ୍ତି । ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ ତଥା ସମାଜସେବୀ ଶୂଳପାଣି ଶତପଥୀ, ବବିତାଙ୍କୁ ଶୁଭେଚ୍ଛା ଜଣାଇବା ସହ, ଏଭଳି ସଫଳତା ଭଞ୍ଜନଗର ପାଇଁ ଗୌରବ ଆଣିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.