ଭଞ୍ଜନଗର,୩୦/୦୧(ପିପିଟି): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଶ୍ରୀରାମ ନଗର ବ୍ରିଜ ନିକଟରେ ଥିବା ଏକ ପାନ ଦୋକାନରେ କେହି ଦୁର୍ବୁତ୍ତ ଶନିବାର ବିଳମ୍ବିତ ରାତିରେ ନିଆଁ ଲଗେଇ ଦେଇଥିବା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି।ଲାଲସିଙ୍ଗି ପଞ୍ଚାୟତ ଛେଦାଭୂମି ଗ୍ରାମର ଟୁକୁନା ଗୌଡ଼ କିଛି ଦିନ ହେବ ସେଠାରେ ଏକ ଦୋକାନ କରି ଚଳୁଥିଲେ। ହେଲେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।ଯାହା ଫଳରେ ଦୋକାନରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )