ନୂଆଦିଲ୍ଲୀ,୧୩/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୪,୩୭୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୭୮,୩୯୯ ଏବଂ ୧୧୧୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୭୫୪,୩୫୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮,୫୮୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୭୦୨,୫୯୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୦୩୭,୭୬୫ ଆକ୍ରାନ୍ତ , ୭,୨୮,୫୧୨ ସୁସ୍ଥ ଏବଂ ୨୯,୧୧୫ ମୃତ । ଆନ୍ଧ୍ରପ୍ରଦେଶରେ ୫,୫୭,୫୮୭ ଆକ୍ରାନ୍ତ, ୪,୫୭,୦୦୮ ସୁସ୍ଥ ଏବଂ ୪,୮୪୬ ମୃତ । ତାମିଲନାଡୁରେ ୪,୯୭,୦୬୬ ଆକ୍ରାନ୍ତ, ୪,୪୧,୬୪୯, ସୁସ୍ଥ ଏବଂ ୮,୩୦୭ ମୃତ । କର୍ଣ୍ଣାଟକରେ ୪,୪୯,୫୫୧, ଆକ୍ରାନ୍ତ,୩,୪୪,୫୫୬, ସୁସ୍ଥ ଏବଂ ୭,୧୬୧ ମୃତ । ଉତ୍ତରପ୍ରଦେଶ ୩,୦୫,୮୩୧, ଆକ୍ରାନ୍ତ,୨,୩୩,୫୨୭ ସୁସ୍ଥ ଏବଂ ୪,୩୪୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।