ନୂଆଦିଲ୍ଲୀ,୦୮/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୫,୮୦୯ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୭୩,୫୨୧ ଏବଂ ୧୧୩୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୨୮୦,୪୨୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨,୭୭୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୩୨୩,୯୫୦ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୯,୨୩,୬୪୧ ଆକ୍ରାନ୍ତ , ୬,୫୯,୩୨୨ ସୁସ୍ଥ ଏବଂ ୨୭,୦୨୭ ମୃତ । ଆନ୍ଧ୍ରପ୍ରଦେଶରେ ୫,୦୬,୪୯୩ ଆକ୍ରାନ୍ତ, ୪,୦୪,୦୭୪ ସୁସ୍ଥ ଏବଂ ୪,୪୮୭ ମୃତ । ତାମିଲନାଡୁରେ ୪,୬୯,୨୫୬ ଆକ୍ରାନ୍ତ, ୪,୧୦,୧୧୬, ସୁସ୍ଥ ଏବଂ ୭,୯୨୫ ମୃତ । କର୍ଣ୍ଣାଟକରେ ୪,୦୪,୩୨୪, ଆକ୍ରାନ୍ତ,୩,୦୦,୭୭୦, ସୁସ୍ଥ ଏବଂ ୬,୫୩୪ ମୃତ । ଉତ୍ତରପ୍ରଦେଶ ୨,୭୧,୮୫୧, ଆକ୍ରାନ୍ତ,୨,୦୫,୭୩୧ ସୁସ୍ଥ ଏବଂ ୩,୯୭୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।