ନୂଆଦିଲ୍ଲୀ,୩୦/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୮,୭୬୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୪,୯୩୫ ଏବଂ ୯୪୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୫୪୨,୭୩୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩,୪୯୮ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୭୧୩,୯୩୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୭,୬୪,୨୮୧ ଆକ୍ରାନ୍ତ , ୫,୫୪,୭୧୧ ସୁସ୍ଥ ଏବଂ ୨୪,୧୦୩ ମୃତ । ତାମିଲନାଡୁରେ ୪,୧୫,୫୯୦ ଆକ୍ରାନ୍ତ, ୩,୫୫,୭୨୭ ସୁସ୍ଥ ଏବଂ ୭,୧୩୭ ମୃତ । ଆନ୍ଧ୍ରପ୍ରଦେଶରେ ୪,୧୪,୧୬୪ ଆକ୍ରାନ୍ତ, ୩,୧୨,୬୮୭ ସୁସ୍ଥ ଏବଂ ୩,୭୯୬ ମୃତ । କର୍ଣ୍ଣାଟକରେ ୩,୨୭,୦୭୬ ଆକ୍ରାନ୍ତ,୨,୩୫,୧୨୮ ସୁସ୍ଥ ଏବଂ ୫,୪୮୩ ମୃତ । ଉତ୍ତରପ୍ରଦେଶ ୨,୧୯,୪୫୯, ଆକ୍ରାନ୍ତ,୧,୬୨,୭୪୧ ସୁସ୍ଥ ଏବଂ ୩,୩୫୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।