ଦେଖିବାକୁ ମିଳୁନାହିଁ ଶାଗୁଣା ପକ୍ଷୀ ।

0 353

ବୋଲଗଡ଼,୧୭/୦୧(ପିପିଟି): ପ୍ରତ୍ୟେକ ଗ୍ରାମ ଠାରୁ ସହରାଅଞ୍ଚଳ ପର୍ଯ୍ୟନ୍ତ ଗୃହପାଳିତ ପଶୁ ଯଥା ଗାଈ,ବଳଦ,କୁକୁର ଯଦି ମୃତ୍ୟୁ ବରଣ କରନ୍ତି ତାକୁ ଗାଁ ମୁଣ୍ଡରେ ବା ଖୋଲା ସ୍ଥାନରେ ପକାଇ ଦେଇ ଆସନ୍ତି। ସେତେବେଳେ ସେହି ଶାଗୁଣା ପକ୍ଷୀ ମାନେ ଆସି ମୃତଜନ୍ତୁ ମାନଙ୍କୁ କିଛି ସମୟ ଭିତରେ ଖାଇ ସେସକରି ଦେଇଥାନ୍ତି। ତତସହିତ ପ୍ରତେକ ପଶୁ ପକ୍ଷୀ ମାନଙ୍କର ମୃତ ଶରୀରକୁ ଖୁବ୍ କମ୍ ସମୟ ମଧ୍ୟରେ ଖାଇ ଦେଇଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ତାହା ଦେଖା ଯାଉନାହିଁ। ସେମାନେ ପରିବେଶକୁ ସଫା ରଖନ୍ତି ମୃତ ପଶୁମାନଙ୍କୁ ଖାଇ ପରିବେଶ ସଫା ରଖିଥାନ୍ତି । ସେଥିପାଇଁ ପରିବେଶ ସଫାରଖୁ ଥିବାରୁ ସେମାନଙ୍କର ପୁନଃ ଉଦ୍ଧାର ହେବା ଆବଶ୍ୟକ କିନ୍ତୁ ଚିଡିଆ ଖାନା ରେ ଏହି ଶାଗୁଣା ପକ୍ଷୀ ଦର୍ଶକମାନଙ୍କ ପାଇଁ ସୋଭା ନ ବଢାଇ କିପରି ପରିବେଶ ସନ୍ତୁଳନ ପାଇଁ ସେମାନଙ୍କର ବଂଶ ବୃଦ୍ଧି କିପରି ହୋଇ ପାରିବ ସେଥି ପ୍ରତି ଆମ ସମସ୍ତଙ୍କୁ ଧ୍ୟାନ ଦେବା ଆବଶ୍ୟକ। କାରଣ ଏହି ବିରଳ ପକ୍ଷୀ ଆଉ ଦେଖିବାକୁ ସାତସପନ ହୋଇ ପଡିଛି। କାରଣ ପରିବେଶ ବର୍ତ୍ତମାନ ଅସନ୍ତୁଳିତ ଅବସ୍ଥାରେ ଯାହାକି ଚିନ୍ତାରେ ପରିବେଶବିତ୍ ଓ ବୁଦ୍ଧିଜୀବୀ ମହଲରେ ଚିନ୍ତାର କାରଣ ହୋଇ ପଡ଼ିଛି। ଏହାର ପୁନଃ ଉଦ୍ଧାର ପାଇଁ ସରକାର କିଛି ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀର ବଞ୍ଚିବାର ଆବଶ୍ୟକ ରହିଛି। ଯଦି ଶାଗୁଣା ପକ୍ଷୀ ପୁନଃ ଉଦ୍ଧାର ନହେଲା ଧରାପୃଷ୍ଠରେ ଆଉଦେଖିବାକୁ ମିଳିବ ନାହିଁ ସେହି ବିରଳ ଶାଗୁଣା ପକ୍ଷୀ। ତେଣୁ ସରକାର ଓ ଜନସାଧାରଣ ଏହାର ବିହିତ ପଦକ୍ଷେପ ନେବା ଆବଶ୍ୟକ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.