ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷିତ କ୍ୟାଡ଼ର ମହିଳା ମାଓବାଦୀ ଗିରଫ ।

0 153

ମାଲକାନଗିରି, ୨୯/୧୧(ପିପିଟି) :ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡି କ୍ୟାଡ଼ର ମହିଳା ମାଓବାଦୀ ଆନ୍ତି ମାଡବି(୨୯) ଓରଫ ଲାକେକୁ ମାଲକାନଗିରି ଜିଲ୍ଲା ପୋଲିସ ଗିରଫ କରିଛି। ଏହି ମହିଳା କ୍ୟାଡ଼ର ମାଓବାଦୀ ଏମଭି -୭୯ ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଆଜି ଗିରଫ କରାଯାଇଛି । ସେ ଦୀର୍ଘ ବର୍ଷ ଧରି ବରିଷ୍ଠ ମାଓ ନେତା ଉଦୟଙ୍କ ସୁରକ୍ଷା ଦଳ ସଦସ୍ୟା ଭାବେ କାର୍ଯ୍ଯ କରି ଆସୁ ଥିଲା । ମାଓନେତ୍ରୀ ଲାକେଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା। ଲାକେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ତିନି ରାଜ୍ୟରେ ଅନେକ ମାଓ ହିଂସାରେ ଜଡିତ ଥିବା ସହିତ ୧୧ଟି ଏନକାଉଣ୍ଟର ଘଟଣାରେ ସାମିଲ ଥିଲା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ନିକଟସ୍ଥ ତୁଳସୀ ଓ ଦୁଲଦୁଲି ପାହାଡ଼ରେ ପୋଲିସ ସହିତ ଏନକାଉଣ୍ଟରରେ ଜଡ଼ିତ ଥିଲା।
ଛତିଶଗଡ଼ ରାଜ୍ୟର ୫ଟି, ଆନ୍ଧ୍ରପ୍ରଦେଶର ୨ଟି ଏନକାଉଣ୍ଟର ଘଟଣାରେ ଜଡିତ ଥିବା ଦକ୍ଷିଣ ପିଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ପ୍ରକାଶ କରିଛନ୍ତି। ଆଜି ଡିଆଇଜି ନୀତି ଶେଖର କହିଛନ୍ତି ଯେ ଖୁବ ଶୀଘ୍ର ମାଲକାନଗିରି ଜିଲ୍ଲାରୁ ମାଓବାଦୀ ମୁକ୍ତ ହେବ । ବର୍ତ୍ତମାନ ଗୁଇନ୍ଦା ବିଭାଗ କ୍ରିୟାଶୀଳ ରହିଛି। ଦୁର୍ଗମ ଅଞ୍ଚଳରୁ ବିଭିନ୍ନ ସୂଚନା ସଂଗ୍ରହ କରୁଛନ୍ତି । ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ନିୟମିତ ଭାବେ ଜିଲ୍ଲା ପୋଲିସ,ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଦ୍ୱାରା କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ବିଶେଷ କରି ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତ ସିଲ କରାଯାଇ ବ୍ୟାପକ ଭାବେ ଯାନବାହାନ ଯାଞ୍ଚ ଓ ତଲାସି ଅଭିଯାନ ଚାଲୁ ରହି ବୋଲି ମତପୋଷଣ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ତପନ ନାରାୟଣ ରଥ, ଏସଡିପିଓ ସଚିନ ପାଟିଲ, ଅତିରିକ୍ତ ଏସପି ରାଜ କିଶୋର ଦାଶ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.