ମାଲକାନଗିରି,ତ:୧୮/୦୯(ପିପିଟି) ମାଲକାନଗିରି ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଓଆଇସି ଏଚ୍ ଜଗା ରାଓ , ଇସି ଜ୍ଞାନ ରଞ୍ଜନ ସାହୁ ଏବଂ ବାଲିମେଳା ଅବକାରୀ କର୍ମଚାରୀଙ୍କୁ ଧରି ବାଲିମେଳା ମେଡିକଲ ଲାଇନ ଏବଂ ଏନ୍ଏସି ଲାଇନରେ ଚଢାଉ କରାଯାଇଥିଲା । ଏକ ମଟର ସାଇକେଲ ଟିଉବ ମଧ୍ଯରେ ୧୦୫ ଲିଟର ମଦ ଧରି ଏକ କଳା ରଙ୍ଗର ମଟର ସାଇକେଲରେ ଯାଉଥିବା ବେଳେ ଦୁଇ ଜଣ ଆସାମୀଙ୍କୁ ଅବକାରୀ କର୍ମଚାରୀମାନେ ଧରିବାରେ ସଫଳ ହୋଇଛନ୍ତି । ଜଣେ ଆସାମୀର ନାମ ଦହନ ବାଘ ଏବଂ ଅନ୍ଯ ଜଣେ ଆସାମୀ ପିଲ କୁଲଦୀପ । ସେ ଦୁଇ ଆସାମୀଙ୍କୁ ଗିରଫ କରାଯାଇ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସେନାନଙ୍କ ଠାରୁ ମହୁଲି ମଦ ୧୯୫ ଲଟର ଏବଂ ଏକ କଳା ରଙ୍ଗର ମଟର ସାଇକେଲ ଜବତ କରାଯାଇଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)