ମାଲକାନଗିରି,୦୨/୦୧(ପିପିଟି): ସମଗ୍ର ଶିକ୍ଷା ମାଲକାନଗିରି ଜିଲ୍ଲା ଦ୍ବାରା ଚୁକ୍ତି ଭିତ୍ତିକ ଶିକ୍ଷା ସହାୟକ/ସହାୟିକା ଭାବେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୨୦୧୬ ମସିହାରୁ ନିଯୁକ୍ତି ପାଇଥିବା ୧୦ ଜଣଙ୍କୁ ଦୀର୍ଘ ଦିନର ଅନୁପସ୍ଥିତ ରହିବା ଯୋଗୁଁ ଜିଲ୍ଲାପାଳ ବିଶାଳ ସିଂ ସେମାନଙ୍କୁ କର୍ମକୁ ସଂପୂର୍ଣ୍ଣ ବିରତ କରିଥିବା ଜଣାପଡିଛି। ସମଗ୍ରଶିକ୍ଷା ମାଲକାନଗିରି ଦ୍ବାରା ମାସକ ତଳେ ୧୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ବେଳେ ସେହି କାରଣ ଦର୍ଶାଅ ସଂପର୍କରେ ସେମାନଙ୍କ ଠାରୁ କୌଣସି ଉତ୍ତର ମିଳି ନଥିଲା।ଫଳରେ ସେମାନଙ୍କୁ କାର୍ଯ୍ୟରୁ ବିରତ କରାଯାଇଥିବା ଜଣାପଡିଛି।କାର୍ଯ୍ୟ ସଂପୂର୍ଣ୍ଣ ବିରତ ହୋଇଥିବା ସେହି ଶିକ୍ଷା ସହାୟକ/ସହାୟିକାମାନେ ହେଲେ ମାଲକାନଗିରି ବ୍ଲକ ଭୀମାରାଙ୍ଗିଣି ପିୟୁପି ସ୍କୁଲର ରମେଶ ଚନ୍ଦ୍ର ନାୟକ,ସେ ୫.୧୨.୨୦୧୬ ତାରିଖରୁ ଅନୁପସ୍ଥିତ,ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ,ସେ ୧୮.୬.୨୦୧୯ ତାରିଖରୁ ଅନୁପସ୍ଥିତ,ଏମଭି-୩ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା,ସେ ୨୭.୬.୨୦୧୮ତାରିଖରୁ ଅନୁପସ୍ଥିତ,ରାଉଲିଗୁଡ଼ା ପିୟୁପିଏସର ସନ୍ତୋଷ କୁମାର ସ୍ୱାଇଁ, ସେ ୧୦.୧୧.୨୦୧୯ ତାରିଖରୁ ଅନୁପସ୍ଥିତ,ବିଜାପଦର ୟୁପିଏସର ଜସମିନ ଦାସ,ସେ ୧୬.୩.୨୦୨୦ ତାରିଖରୁ ଅନୁପସ୍ଥିତ,ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା,ସେ ୨୦.୩.୨୦୨୦ ତାରିଖ ରୁ ଅନୁପସ୍ଥିତ,କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ପି. ସାବିତ୍ରୀ ପାତ୍ର, ସେ ୪.୧.୨୦୧୮ ତାରିଖରୁ ଅନୁପସ୍ଥିତ, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର,ସେ ୧୮.୩.୨୦୧୯ ତାରିଖରୁ ଅନୁପସ୍ଥିତ,କୁଡୁମୁଲୁଗୁମ୍ମା ବ୍ଲକ ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ବେହେରା, ସେ ୧.୪.୨୦୨୦ ତାରିଖରୁ ଅନୁପସ୍ଥିତଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ,ସେ ୧.୬.୨୦୧୮ ତାରିଖରୁ ଅନୁପସ୍ଥିତ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post