ଭଞ୍ଜନଗର,୧୮/୦୨(ପିପିଟି): ଭଞ୍ଜନଗର ବ୍ଲକରେ ଆସନ୍ତା ୨୪ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରଚାରକୁ ଜୋରଦାର କରାଯାଇଛି।ଦଳୀୟ ନେତୃବୃନ୍ଦ ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛନ୍ତି।ସେହିପରି ବିଜେଡ଼ି ତରଫରୁ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗତ ମଙ୍ଗଳବାର ଠାରୁ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ୫୦,୫୧ ଓ ୫୨ନଂ ଜୋନରେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ସରପଞ୍ଚ ଓ ସମିତି ସଭ୍ୟ ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରି ଆସୁଥିବା ବେଳେ ଶୁକ୍ରବାର କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଏଥିରେ ସାମିଲ ହୋଇଥିଲେ। ଉଭୟ ନେତା ଦଦରା ଲୁଣ୍ଡା,ବ୍ରାହ୍ମଣ ପଦର, ଗାଲେରୀ, ଗାୟାଗଣ୍ଡା ଓ କୁଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରିବା ସହ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖାରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )