ଥମୁନି ହାତୀପଲଙ୍କ ଉପଦ୍ରବ ।

0 279

ଭଞ୍ଜନଗର,୩୦/୧୨(ପିପିଟି) : ଥମୁନି ହାତୀପଲଙ୍କ ଉପଦ୍ରବ । ଗତ କିଛି ଦିନ ଧରି ଉତ୍ତର ଘୁମୁସର ତାରସିଂ ରେଞ୍ଜ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଏକର ଏକର ଧାନଫସଲ ଓ ପନିପରିବା ଚାଷ ମାଡି ଦଳି ନଷ୍ଟ କରିଛନ୍ତି ହାତୀପଲ । ହାତୀଙ୍କୁ ଘଉଡାଇବା ପାଇଁ ଯେଭଳି ପଦକ୍ଷେପ ଗ୍ରହଣ କରିବା କଥା ବନବିଭାଗ ତାହା କରୁ ନଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଲେମ୍ଭାଇ ଗ୍ରାମରେ ପ୍ରାୟ ୨୫ ଟିକିଆ ହାତୀପଲ ୩ଭାଗ ରେ ବିଭକ୍ତ ହୋଇ ଗ୍ରାମର ବିଭିନ୍ନ ସ୍ଥାନ ସହ ସହ ଚାଷୀ ଜୟ ନାଇକ, ଜଗନ୍ନାଥ ପ୍ରଧାନ,ହରିବନ୍ଧୁ ପ୍ରଧାନଙ୍କ ଅମଳ ଧାନଫସଲକୁ ନଷ୍ଟ କରିଛନ୍ତି ।ୠଣ ଓ ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଚାଷୀ ଚାଷ କରିଥିବା ବେଳେ ହାତୀଙ୍କ ଦାଉରୁ ଫସଲକୁ ସୁରକ୍ଷା ଦେବା ତାପକ୍ଷେ ସମ୍ଭବ ହେଉନାହିଁ। ଅପରପକ୍ଷରେ ଗ୍ରାମର ବିଭିନ୍ନ ଲୋକଙ୍କ ବାଡ଼ିପଟେ ପଶି ହାତୀପଲ ପନିପରିବା ଓ କଦଳୀ ଗଛ ନଷ୍ଟ ମଧ୍ୟ କରିଚନ୍ତି। ଦିନ ଦିନ ଧରି ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ଲୋକଙ୍କ ଧନଜୀବନ ସହ ଫସଲକୁ ହାତୀଙ୍କ କବଳରୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହୋଇଛି ।ଏହାକୁ ନେଇ ଅଞ୍ଚଳ ଚାଷୀ ଏବେ ଭୟାବୀତ ହେବା ସହ ଚିନ୍ତାରେ ପଡିଯାଇଛି। ଚାଷୀଙ୍କୁ କ୍ଷତିପୁରଣ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.