ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ତୁମୁଡିବନ୍ଧ ଓ କୋଟଗଡ ବ୍ଲକରେ ଭୋଟ ଗ୍ରହଣ ।

0 317

ବାଲିଗୁଡା,୧୮/୦୨(ପିପିଟି): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାରେ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକର ଦୁଇ ଗୋଟି ଜୋନ ରେ ମତଦାନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଟଗଡ଼ ବ୍ଲକରେ ୧୮୨ ଗୋଟି ବୁଥରେ ଭୋଟ ଗ୍ରହଣ ହେବ । କୋଟଗଡ଼ ବ୍ଲକରେ ମୋଟ ୧୯୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୨୦୨୪ ଜଣ ଭୋଟର । କୋଟଗଡ଼ ବ୍ଲକରେ ୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ,୫୪ ଜଣ ସରପଞ୍ଚ, ୪୪ ଜଣ ସମିତି ସଭ୍ୟ,୯୪ ଜଣ ୱାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେହିପରି ତୁମୁଡିବନ୍ଧ ବ୍ଲକର ୧୩୯ ଗୋଟି ବୁଥ ରେ ୧୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୩୦୯୭୧ ଜଣ ଭୋଟର । ତୁମୁଡିବନ୍ଧ ବ୍ଲକ ରେ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ,୩୩ ଜଣ ସରପଞ୍ଚ,୨୮ ଜଣ ସମିତି ସଭ୍ୟ,୫୫ ଜଣ ୱାର୍ଡ ମେମ୍ବର ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅତି ସମ୍ବେଦନ ଶିଳ ଓ ସମ୍ବେଦନଶୀଳ ବୁଥ ରେ କିପରି ଶାନ୍ତିପୂର୍ଣ୍ଣ ଓ କଡା ସୁରକ୍ଷା ସହ ମତଦାନ ହେବ ସେ ନେଇ ପୋଲିସ ବିଭାଗ ତରଫରୁ ଦୁଇ ବ୍ଲକ ରେ ସ୍ଥିତି ସମୀକ୍ଷା କରାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.