ତ୍ରିଧାରା ସାହିତ୍ୟ ସଂସଦର କବିତା ପାଠୋତ୍ସବ ଓ ବାର୍ଷିକ ଉତ୍ସବର ସଜବାଜ।

0 211

ବ୍ରହ୍ମପୁର,୦୪/୧୧(ପିପିଟି): ସ୍ଥାନୀୟ ଉତ୍କଳ ଆଶ୍ରମ ର ପାଠାଗାର ଗୃହରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସରରେ ଉମାଚରଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବରେ ସଂସଦର ସହ ସଂପାଦିକା ଗାୟତ୍ରୀ ପାଣିଗ୍ରାହୀ ସଯୋଜିକା ଭାବେ ଯୋଗ ଦେଇ ଆସୁଥିବା ସମସ୍ତ କବିତା ଗୁଡିକୁ ସଂଯୋଜନା କରିଥିଲେ। ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ଆସନ୍ତା ମାସରରେ ସଂସଦ ର ବାର୍ଷିକ ଉତ୍ସବ, ଭାରତୀ ପତ୍ରିକା ଉନ୍ମୋଚନ ଓ ବିଭିନ୍ନ ସମ୍ମାନ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ବାବା ବୈଦ୍ୟନାଥ ସ୍ମୃତି ସମ୍ମାନ, ଭାରତୀ ସମ୍ମାନ (ମହିଳା)ଈ ରଜନୀ କାନ୍ତ ସ୍ମୃତି ସମ୍ମାନ ( ସଙ୍ଗଠକ), ପଦ୍ମଶ୍ରୀ ଭଗବାନ ସାହୁ ସ୍ମୃତି ସମ୍ମାନ (ଲୋକ ନୃତ୍ୟ), ତ୍ରିଧାରା ସାରସ୍ବତ ସମ୍ମାନ। ପ୍ରଦାନ କରିବା ସହ ମାସିକ ଆଲୋଚକ ମାନଙ୍କୁ ସମ୍ମାନିତ କରାଯିବ। ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଜୟ ଚନ୍ଦ୍ର ମିଶ୍ର, ବିଘ୍ବେଶ୍ବର ସାହୁ,ମନୋଜ କୁମାର ପାଣିଗ୍ରାହୀ,ବେଙ୍କଟବିହାରୀ ପ୍ରହରାଜ, ବସନ୍ତ ମିଶ୍ର, ଲୋକନାଥ ନାୟକ, ବଂଶୀଧର ସେଠୀ,ଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଆଦି ଅନେକ ସଦସ୍ୟ ଯୋଗଦେବେ ବୈଠକରେ ନିଜର ମତପ୍ରକାଶ କରିବା ସହ ବାର୍ଷିକ ସଦସ୍ୟତାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.