ପଦ୍ମପୁର,୨୯/୦୬(ପିପିଟି); ସମ୍ପ୍ରତି ମାହାମାରୀ କରୋନାରେ ସାରା ଭାରତ ବର୍ଷ ଉବୁଟୁବୁ ହେଉଥିବା ବେଳେ ସାଧାରଣ ଲୋକଙ୍କ ଆୟପନ୍ଥା ପ୍ରତି ମୁହୂର୍ତରେ ସଙ୍କୁଚିତ ହେବାରେ ଲାଗିଛି । ଲକ୍ଷଲକ୍ଷ ଲୋକ କାମଧନ୍ଦା ନପାଇଁ ଅତି ଦୟନୀୟ ଭାବେ ଭୋକ ଉପବାସ ରେ ଦିନ କାଟୁଛନ୍ତି । ଚାଷୀ ଆଜି ଚାଷ କାର୍ଯ୍ୟ ନକରି ହାତ ବାନ୍ଧି ବସିଛିାଚଳିତ ମୌସୁମୀକୁ ଆଧାର କରି ଖରିଫ ଚାଷ କରିବା ପାଇଁ ଅଣ୍ଟା ଭଡିବାକୁ ଚେଷ୍ଟା କରୁଛିା ଏଭଳି ଦୁର୍ଦ୍ଦିନ ସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ ଉପରେ ଅହେତୁକ ମୂଲ୍ୟ ବଢ଼ାଇ ଚାଲିଛିା ତୈଳ ମନ୍ତ୍ରଣାଳୟର ନିୟମ ମୁତାବକ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ହେଲେ ଆମ ଦେଶରେ ମଧ୍ୟ ତୈଳଦର ବୃଦ୍ଧିହେବା କଥା ମାତ୍ର ଆନ୍ତର୍ଜାତିକ ବଜାର ରେ ତୈଳଦର ଯଥେଷ୍ଟ କମ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ରେ ଲିଟର ପିଛା ୫୦ ଟଙ୍କାରୁ ଅଧିକ ଉତ୍ପାଦ ଶୁଳ୍କ ଓ ଭାଟ ଆକାରରେ ସଂଗ୍ରହ କରୁଛନ୍ତି । ଯଦ୍ୱାରା ସାଧାରଣ ଖାଉଟିଙ୍କ ଉପରେ ଏହାରକୁ ପ୍ରଭାବ ପଡୁଛିା ତୈଳଦର ବୃଦ୍ଧି କାରଣରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବଜାରରେ ହୁ ହୁ ହୋଇ ବଢୁଥିବା ସହ ଚାଷ କାର୍ଯ୍ୟ ରେ ନିୟୋଜିତ ଯନ୍ତ୍ରପାତିର ଖର୍ଚ୍ଚମଧ୍ୟ ବଢିବାରେ ଲାଗିଛିା ସାଧାରଣ ଚାଷୀ ଏବଂ ଖାଉଟୀଙ୍କୁ ଏହା ବହୁମାତ୍ରାରେ ବାଧୁଛିା ତେଣୁ ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳଉପରେ ଟିକସ ଛାଡ କରନ୍ତୁା ଏହି ପ୍ରତିବାଦର ସ୍ୱର ଦେଖିବାକୁ ମିଳିଥିଲା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନରେ ଥିବା ଝାରବନ୍ଧ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ମହାମହିମ ରାଷ୍ଟ୍ରପତି ନୂଆଁ ଦିଲ୍ଲୀ ଭାରତ ଉଦ୍ଦେଶ୍ୟରେ ଝାରବନ୍ଧ ବିଡିଓ ରୁନୁ ଲାକ୍ରାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ପୂର୍ବତନ ମୁଖ୍ୟସଚେତକ ତଥା ବିଧାୟକ ସତ୍ୟଭୂଷଣ ସାହୁ,ବରିଷ୍ଠ କଂଗ୍ରେସ ଦଳର ନେତା ବୀରଦୈତ୍ୟ ସାହୁ,ଜୋନ-୧ ସଭାପତି ମୁଜାଫର ହୁସେନ,ପୂର୍ବତନ ବ୍ଲକ ସଭାପତି ଉଦ୍ଧବ ପ୍ରଧାନ,ଗୋବିନ୍ଦ ପଟେଲ,ଅଜିତ ପୋଢ଼,ଗୋପି ସରାଫ ପ୍ରମୁଖ ସାମିଲ ହୋଇ ଦାବୀପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।
Prev Post