ତୈଳ,ଗ୍ଯାସ ଓ ନିତ୍ଯବ୍ଯବହାର୍ଯ୍ଯ ଜିନିଷର ମୂଲ୍ଯ ବୃଦ୍ଧିକୁ ନେଇ ବାମପନ୍ଥୀ ଦଳର ଶାନ୍ତିପୂର୍ଣ୍ଣ ପ୍ରତିବାଦ।

0 435

ଜଗତସିଂହପୁର,୧୫/୦୭(ପିପିଟି); ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ସିପିଆଇ, ସିପିଆଇ (ଏମ୍), ଫରୱାର୍ଡ ବ୍ଲକ୍ ଏବଂ ସିପିଆଇ (ML- ଲିବରେସନ୍) ର ଆଜିର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଜଗତସିଂହପୁର ଜିଲ୍ଲା ସିପିଆଇ, ଏଆଇଓ୍ଵାଇଏଫ୍,ଏଆଇଟିୟୂସି,ଏଆଇକେଏସ୍,ସିଆଇଟିୟୂ,ଏଆଇଏସ୍ଏଫ୍ ର କାର୍ଯ୍ୟକର୍ତ୍ତା ମିଳିତ ଭାଵେ ନିଜ ନିଜ ସଂଗଠନର ବ୍ୟାନର ଓ ପତାକା ଧରି ଜଗତସିଂହପୁର ସଦର ମହକୁମା ଦେଇ ଯାଇଥିବା ୫୫ନମ୍ଵର ଜାତୀୟ ରାଜପଥରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ ଅଖିଳ ଭାରତ ଯୁବ ସଂଘର ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି, ଏଆଇଏସ୍ଏଫ୍ ଜୋନାଲ କମିଟି ସଭ୍ୟ ଅଶୋକ ଜେନା, ଅଖିଳ ଭାରତ କୃଷକ ସଭା ଜଗତସିଂହପୁର ଜୋନାଲ କମିଟି ସଂପାଦକ ନଟବର ନାୟକ,ସଭ୍ୟ ସୁରେନ୍ଦ୍ର ଦାସ,ସିପିଆଇ ସଭ୍ୟ ପ୍ରଭାତ ମିଶ୍ର, ରାଜକିଶୋର ପଣ୍ଡା,ସଂଜୟ ସ୍ଵାଇଁ ପ୍ରମୂଖ ଯୋଗ ଦେଇଥିଵା ବେଳେ ସିଟୁର ଜିଲ୍ଲା ସହ ସଂପାଦକ କୃଷ୍ଣଚନ୍ଦ୍ର ବସ୍ତିଆ
ଯୋଗ ଦେଇଥିଲେ ।
(ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.