ଡେଙ୍ଗାଉସ୍ତା ବଜାରରେ ମୋବାଇଲ ଦୋକାନ ଲୁଟ ଘଟଣାର ୬ ମାସ ପରେ ୩୧ ମୋବାଇଲ ସହ ଧରା ପଡିଲେ ତିନି ଅଭିଯୁକ୍ତ ।

0 388

ସାନଖେମୁଣ୍ଡି,୦୫/୦୭(ପିପିଟି); ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର ମୁଖ୍ୟ ଆଲୋଚ୍ୟ ଖବର ଭାବରେ ଛଅମାସ ତଳୁ ଡେଙ୍ଗାଉସ୍ତାର ଏକ ମୋବାଇଲ ଦୋକାନ ଲୁଟ ଘଟଣାର ଅଭିଯୁକ୍ତଙ୍କ ସହ ଚୋରୀ ମୋବାଇଲକୁ ଆଜି ପାଟପୁର ପୋଲିସ ଜବତ କରିବା ଘଟଣା ପାଟପୁର ଥାନାର କ୍ରିୟାଶୀଳତା ନେଇ ପୁଣି ଚର୍ଚ୍ଚାରେ ରହିଅଛି । ଚଳିତ ଜାନୁୟାରୀ ୩୦ ତାରିଖ ମଧ୍ୟରାତ୍ରରେ ଦେଙ୍ଗାଉସ୍ତା ବଜାରରେ ଥିବା ଫାସିଗୁଡ଼ା ନିବାସୀ ସନ୍ତୋଷ କୁମାର ବିଷୋୟୀଙ୍କ ମୋବାଇଲ ଦୋକାନର ତାଲା ଭାଙ୍ଗି ଦୂର୍ବୁତମାନେ ୪୦ ଗୋଟି ମୋବାଇଲ ଚୋରୀ କରିଥିଲେ । ଏଥିନେଇ ସନ୍ତୋଷ ପାଟପୁର ଥାନାରେ ଏତଲା କରିଥିଲା ବେଳେ ଥାନା ପକ୍ଷରୁ କେଶ ନଂ ୨୧ / ତା – ୩୧/୦୧/୨୦୨୧ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିଲା । ନୂଆଁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ କର୍ଯ୍ୟଭାର ଗ୍ରହଣ ପରେ ପୁରୁଣା ମାମଲା ପରିଚାଳନାଗତ ତର୍ଜମା ଓ ତଦନ୍ତ ଭିତ୍ତିରେ ପାଟପୁର ପୋଲିସ ଏହି କେଶରେ ସଫଳତା ପାଇଛି । ଏହି ଦୋକାନ ଲୁଟ ଘଟଣାରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କ ସହ ଚୋରୀ ମୋବାଇଲକୁ ଜବତ କରିଥିବା ପାଟପୁର ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଅଛି । ପାଟପୁର ଥାନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ଏହି ବିଷୟରେ ଉଲ୍ଲେଖ କରିଛନ୍ତି । ପୋଲିସ ଦ୍ବାରା ଗିରଫ ହୋଇଥିବା ଏସ , ଟୁନା ଦୋରା , ସୁଶାନ୍ତ ଦୋରା ଏବଂ ବନଜ ପ୍ରଧାନ ଚୋରୀ ବିଷୟକୁ ସ୍ବୀକାର କରିଥିବା ବେଳେ ସେମାନଙ୍କ ଠାରୁ ୨୯ ଗୋଟି କି ପେଡ୍ ମୋବାଇଲ ଓ ୨ ଗୋଟି ଆଣ୍ଡ୍ରଏଡ ମୋବାଇଲ ପୋଲିସ ଜବତ କରିଥିବା ଉଲ୍ଲେଖ କରିଛନ୍ତି । ପାଟପୁର ଥାନା କେସ ନଂ -୨୧ /୨୧ ପ୍ରକାରେ ଅଭିଯୁକ୍ତଙ୍କୁ ୟୁ / ଏସ – ୪୫୭ / ୩୮୦ ଆଇ ପି ସି ଧାରାରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ପକ୍ଷରୁ ସୂଚିତ କରାଯାଇଅଛି ।

(ରିପୋର୍ଟ-ସନ୍ତୋଷ କୁମାର ଦାଶ ।)

Leave A Reply

Your email address will not be published.