ଡିଜେଲ ପେଟ୍ରୋଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ରିହାତି ଅତି ନଗଣ୍ୟ ଆନ୍ଦୋଳନ ଜାରି ରଖିବାକୁ ସି.ପି.ଆଇ.(ଏମ) ର ଆହ୍ବାନ ।

0 355

ଭୁବନେଶ୍ବର , ୦୭/୧୧(ପିପିଟି): କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଉପରୁ ଲିଟର ପ୍ରତି ୫ ଟଙ୍କା ଓ ଡିଜେଲ ଉପରେ ଲିଟର ପ୍ରତି ୧୦ ଟଙ୍କା ହ୍ରାସ ଘୋଷଣା ସାଧାରଣ ଲୋକଙ୍କ ପାଇଁ ମୋତେ ଅଶ୍ୱସ୍ତିକର ନୁହେଁ । ଡିଜେଲ ପେଟ୍ରୋଲର ଲିଟର ପ୍ରତି ଦର ୧୦୦ ଟଙ୍କା ପାର କରିସାରିଥିବା ବେଳେ ଏହି ଛାଡ ପରିମାଣ ଅତି ନଗଣ୍ୟ । ନିକଟରେ କେତେକ ରାଜ୍ୟରେମମମମମମଞ ଅନୁଷ୍ଠିତ ଉପ ନିର୍ବାଚନ ଗୁଡିକରେ ବିଜେପିର ପରାଜୟ ଛାନିଆ ହୋଇ ଏପରି ସାଙ୍କେତିକ ଛାଡ ଦ୍ଵାରା ଲୋକଙ୍କ ଉପରେ ପଡ଼ିଥିବା ଦରଦାମ୍ ବୃଦ୍ଧିର ଅହେତୁକ ବୋଝ ଲାଘବ ହେବ ନାହିଁ । ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ପ୍ରତି ଦାମ ୧୦୦୦ ଟଙ୍କା ଛୁଇଁଥିବା ବେଳେ ସେଥିରେ କୌଣସି ରିହାତି ଘୋଷଣା ନାହିଁ । କେନ୍ଦ୍ର ସରକାର ଦୀର୍ଘ ଦିନ ଧରି ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁକ୍ଳ ଲିଟର ପ୍ରତି ୩୨ ଟଙ୍କା ଓ ପେଟ୍ରୋଲ ଉପରେ ୩୩ ଟଙ୍କା ଆଦାୟ କରୁଥିବା ବେଳେ ବର୍ତ୍ତମାନର ଛାଡ ମୋଟେ ଗ୍ରହଣୀୟ ନୁହେଁ । ରାଜ୍ୟ ସରକାର ମଧ୍ୟ ଗତ ବର୍ଷ ରାଜ୍ୟବାସୀ କୋଭିଡ଼ ମହାମାରୀ ଯୋଗୁଁ ଜୀବନ ଜୀବିକା ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଥିବା ବେଳେ ପେଟ୍ରୋଲ ଡିଜେଲ ଉପରେ ଭାଟ ପରିମାଣ ବୃଦ୍ଧି କରିଥିଲେ । ରାଜ୍ୟ ସରକାର ଭାଟ ପରିମାଣ ଲିଟର ପ୍ରତି ୧୦ ଟଙ୍କା ହ୍ରାସ କରିବାକୁ ସବୁ ସ୍ତରରେ ଦାବି ହୋଇ ଆସିଛି । ଏହାକୁ ଅଣଦେଖା କରିବା ଯୋଗୁଁ ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦରଦାମ୍ ବୃଦ୍ଧିର ସହାୟକ ହୋଇଛି । ଏବେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ପରେ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଭାଟ ଆଦାୟ ଲିଟର ପ୍ରତି ୩ ଟଙ୍କା ଛାଡ ଘୋଷଣା କରିଛନ୍ତି । ଏଣୁ କେନ୍ଦ୍ର ସରକାର ଅବକାରୀ ଶୁକ୍ଳରେ ଆଖି ଦୃଷ୍ଟିଆ ଛାଡ କରିବା ସହ ରାଜ୍ୟ ସରକାର ଲିଟର ପ୍ରତି ୧୦ ଟଙ୍କା ଭାଟ ହ୍ରାସ କରି ସାଧାରଣ ଲୋକଙ୍କୁ ଦରଦାମ୍ ବୃଦ୍ଧିରୁ ବଞ୍ଚାଇବା ପାଇଁ ସି.ପି.ଆଇ.(ଏମ) ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଦାବି କରିଛନ୍ତି ଏବଂ ଏଥିପାଇଁ ଆନ୍ଦୋଳନ ପାଇଁ ଆହ୍ବାନ କରିଛନ୍ତି ।

Leave A Reply

Your email address will not be published.