ଡିଏଲଓଙ୍କ ଲିଖିତ ପ୍ରତିଶୁତି ପରେ ନିର୍ମାଣ ଶ୍ରମିକଙ୍କ ଧାରଣା ୦୩ ଡିସେମ୍ବର ଯାଏଁ ସ୍ଥଗିତ ।

0 287

ବୌଦ୍ଧ,୩୦/୧୧(ପିପିଟି): ବୌଦ୍ଧଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଶିକ୍ଷା ବିବାହ ମୃତ୍ୟୁକାଳୀନ ସହାୟତା ପ୍ରସୂତି କାଳୀନ ସହାୟତା ପ୍ରଭୃତି ପ୍ରଦାନ କ୍ଷେତ୍ରରେ ଦୀର୍ଘବର୍ଷଧରି ଦେଖାଯାଇଥିବା ଶିଥିଳତା ପ୍ରତିବାଦରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକୁ ନେଇ ଗଠିତ ନର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଆହୁତ ଅନିର୍ଦ୍ଧିଷ୍ଟ କାଳଯାଏଁ ଚାଲିବାକୁଥିବା ଧାରଣା ବହୁ ଆଲୋଚନାପରେ ଅପରାହ୍ନ ୦୫ଘଟିକା ସମୟରେ ଜିଲ୍ଲାଶ୍ରମଧିକାରୀଙ୍କ ଲିଖିତ ପ୍ରତିଶୁତି ୦୩ଦିନ ମଧ୍ୟରେ ସମସ୍ତ ଦାବୀ ପୁରଣ ପରେ ୦୩ ଡିସେମ୍ବର ଯାଏଁ ଆନ୍ଦୋଳନ ସ୍ଥଗିତ ରହିଛି । ଯଦି ପ୍ରତିଶୁତି ପୁରଣରେ ବିଫଳ ହୁଅନ୍ତି ତହେଲେ ୦୪ଡିସେମ୍ବରରୁ ପୁନଶ୍ଚ ଗଣଧାରଣା ଯାରି ରହିବ ବୋଲି ନିର୍ମାଣ ଶ୍ରମିକ ୟୁନିଅନ ସମନ୍ବୟ ସମିତି ପକ୍ଷରୁ ଘୋଷଣା କରାଯାଇଛି । ଆଜିର ଗଣଧାରଣାରେ ଏଆଇଟିୟୁସି ପକ୍ଷରୁ ଶ୍ରମିକ ନେତା ତଥା ୦୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଏଚଏମଏସ ପକ୍ଷରୁ ଅର୍ଜୁନ ରଣା ବିଏମଏସ ପକ୍ଷରୁ ଲୋକନାଥ ଶତପଥି ଗ୍ରାମିଣ ମଜଦୁର ସଭା ପକ୍ଷରୁ ରୀନା ଗିରି ବିଡିସିଏସଡବ୍ଲୁ ପକ୍ଷରୁ ବାଲ୍ମିକୀ ମହାଙ୍କୁଡ ମା’ଦୁର୍ଗା ଶ୍ରମିକ ସଂଘ ପକ୍ଷରୁ ଅନୀଲ ବେହେରା ଆଇଏନଟିୟୁସି ପକ୍ଷରୁ ପ୍ରଭାତ ମଟାଲି ଅନୀଲ ରଥ ସୁବାଶ ସୁନା ପ୍ରମୁଖଙ୍କ ନେତୃତ୍ବରେ ପ୍ରାୟ ତିନିଶହ ରୁ ଉର୍ଦ୍ଧ୍ବ ଶ୍ରମିକ ଏହି ଅନ୍ଦୋଳନରେ ଯୋଗଦେଇଥିବା ବେଳେ ଏହାକୁ ସମର୍ଥନ କରି ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାଙ୍କୁଡ, କୃଷକ ନେତା ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ ସମର୍ଥନ ଘୋଷଣା କରି ଆନ୍ଦୋଳନରେ ଯୋଗଦେଇଥିଲେ ।

Leave A Reply

Your email address will not be published.