ଡିଏଭି ପବ୍ଲିକ୍‌ ସ୍କୁଲରେ ଋଷିବୋଧ ଦିବସ ପାଳିତ ।

0 395

ଭଞ୍ଜନଗର,୦୧/୦୩(ପିପିଟି): ଭଞ୍ଜନଗର ଫୁଲବାଣୀ ରାସ୍ତାର ଶ୍ରୀ ବିହାର ଠାରେ ଥିବା ଡି.ଏ.ଭି ପିଟି.ଏସ୍.ଆର୍ ପବ୍ଲିକ୍ ସ୍କୁଲ ପରିସରରେ ଋଷିବୋଧ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆର୍ଯ୍ୟସମାଜର ବିଧିବିଧାନ ପୂର୍ବକ ହୋମ ଯଜ୍ଞ କାର୍ଯ୍ୟ ମଧ୍ୟ କରାଯାଇଥିଲା । ଦୟାନନ୍ଦ ଆଗ୍ଲୋ ବୈଦିକ ଆର୍ଯ୍ୟସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ବତୀ ମହାଶିବ ରାତ୍ରି ତଥା ଜାଗର ଦିନ ନିଜର ନିର୍ବାଣ ପ୍ରାପ୍ତି ଲାଭ କରିଥିଲେ । ମାନବ ଜୀବନର ସାର୍ଥକ ଲାଭ ନିମନ୍ତେ ପ୍ରକୃତ ନିର୍ବାଣ ପ୍ରାପ୍ତ ଲାଭର ମହତ୍ତ୍ବ ରହିଛି ତେଣୁ ଏହି ଦିବସକୁ ଋଷିବୋଧ ଦିବସ ରୂପେ ପାଳନ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତଥିଲେ । ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦନ ହୋଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.