ତିର୍ତ୍ତୋଲ,୧୧/୧୦(ପିପିଟି);ତିର୍ତ୍ତୋଲ ଥାନା ଅନ୍ତର୍ଗତ ବନ୍ଦାଳ ଗ୍ରାମରୁ ଗତକାଲି ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରୁ ଚୋରି ହୋଇଛି । ଏହି ଥାନା ଅନ୍ତର୍ଗତ ସୁସଙ୍ଗ, ବାଲୁଙ୍କେଶ୍ୱର ଗ୍ରାମରେ ଟ୍ରାନ୍ସଫର୍ମର ଚୋରି ଉଦ୍ୟମ କରି ବିଫଳ ହୋଇଥିଵା ବେଳେ ଏଥର ବନ୍ଦାଳ ଗ୍ରାମର ଟ୍ରାନ୍ସଫର୍ମରରୁ ମୁଖ୍ୟ ଯନ୍ତ୍ରାଂଶ ଗୁଡ଼ିକୁ କାଢି ନେବାରେ ସଫଳ ହୋଇଛନ୍ତି । ବ୍ରାଉନ ସୁଗାର ପରି ନିଶାଦ୍ରବ୍ୟ ସେବନ କାରୀଙ୍କ ସଂଖ୍ୟା ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ଦ୍ବାରା ଏହି ଚୋରି ହେଉଥିବାର ସନ୍ଦେହ ଦୃଢ଼ୀଭୂତ ହେଉଛି । ଏହି ଚୋରିରେ ବିଦ୍ୟୁତ ବିଭାଗ କର୍ମଚାରୀ ସାମିଲ ଥିବା ଆଶଙ୍କା କରାଯାଉଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)
Next Post