ଟାଟା ସୁମୋ ସହିତ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ ।

0 691

ମୋହନା,୦୮/୦୯(ପିପିଟି); ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସକୁ ମିଳିଛି ଆଉ ଏକ ସଫଳତା । ଏସଡିପିଓ ଆର.ଉଦୟଗିରିଙ୍କ ତତ୍ବାବଧାନ ଓ ମୋହନା ଥାନା ଆଇଆଇସି ସୁଜିତ୍ କୁମାର ନାୟକଙ୍କ ନେତୃତ୍ବରେ ସକାଳ ୧୦:୩୦ ସମୟରେ ଚାନ୍ଦିପୁଟ କଲେଜ ଓ ତରାମାଳ ଗାଁ ମଝିରେ ଆରଡି ରାସ୍ତା ୬୦ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟାଟା ସୁମୋ ଗାଡି (BR 11 H 4373)କୁ ଅଟକାଇ ଖାନତଲାସି ବେଳେ ଉକ୍ତ ଗାଡିରୁ ୦୩ ଗୋଟି ପ୍ଲାଷ୍ଟିକ ଜରି ବସ୍ତା ଗଞ୍ଜେଇ ଥିବା ଜଣାପଡିଥିଲା । ମୋହନା ତହସିଲଦାର ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା । ସମୁଦାୟ ଗଞ୍ଜେଇର ପରିମାଣ ୮୦ କେଜି ୪୦୦ ଗ୍ରାମ ହେଲା ଯାହାର ବଜାଇ ମୂଲ୍ୟ ପ୍ରାୟ ୦୫ ଲକ୍ଷ ଟଙ୍କା ହେବ ।ଗିରଫ ହୋଇଥିବା ବ୍ଯକ୍ତି ମାନେ ହେଲେ ଦୀପକ କୁମାର ଯାଦବ (୨୭),ବିକାଶ କୁମାର (୨୦) ଓ ରୂପେଣ କୁମାର ଯାଦବ (୨୫) ସମସ୍ତଙ୍କର ଘର ବିହାର ରାଜ୍ୟ ଭାଗଲପୁର ଅଞ୍ଚଳରେ । ଉପରୋକ୍ତ ବ୍ଯକ୍ତି ମାନେ ଜିରାଙ୍ଗ ଅଞ୍ଚଳରୁ ଗଞ୍ଜେଇ କିଣି ଟାଟା ସୁମୋ ରେ ବିହାର ରାଜ୍ୟର ଭାଗଲପୁର ଅଞ୍ଚଳକୁ ଚାଲାଣ କରୁଥିଲେ । ସଂପୃକ୍ତ ବ୍ଯକ୍ତି ମାନଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରାଯାଇଛି । ମୋହନା ଥାନା କେଶ ନମ୍ବର ୧୩୯/୨୦ ମାମଲା ରୁଜୁ ହୋଇଛି । ଏସଆଇ ହେମନ୍ତ କୁମାର ସେଠୀ ତଦନ୍ତ ଭାର ନେଇଛନ୍ତି । ଆସନ୍ତା କାଲି ଉପରୋକ୍ତ ବ୍ଯକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯିବ । ଆଜିର ଖାନତଲାସି ବେଳେ ଏସଆଇ ସୁନୀଲ କୁମାର ଦଳେଇ ଓ ଥାନା ଷ୍ଟାପ ସାମିଲ ଥିଲେ ।

Leave A Reply

Your email address will not be published.