ବ୍ରହ୍ମପୁର,୦୮/୦୬(ପିପିଟି) :ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଘଟଣା ଟାଟା ପାୱାର ବିନା ସୂଚନାରେ ମିଟର ବଦଳ କରିଛି । ଗ୍ରାମର ସ୍ବର୍ଗତ ଅରକ୍ଷିତ ପାଢ଼ୀଙ୍କ ଘର ବନ୍ଦ ଥିବା ସ୍ୱତେ ବିନା ସୂଚନା ରେ ନିଜକୁ ଟାଟା ପାୱାର କର୍ମଚାରୀ କହି ଭଲ ଚାଲୁଥିବା ମିଟରକୁ ବଦଳାଇ ନୂଆ ସ୍ମାଟ ମିଟର ଲଗାଇ ପୁରୁଣା ଚାଲୁଥିବା ମିଟରକୁ ସାଙ୍ଗରେ ନେଇ ସାହି ପଡୋଶୀଙ୍କ ବାରଣ ସ୍ୱତେ ଚାଲି ଗଲେ । ସାହି ପଡ଼ୋଶୀଙ୍କ ଠାରୁ ଖବର ପାଇ ତାଙ୍କ ବୋହୁ ସସ୍ମିତା ପାଣିଗ୍ରାହୀ ଏସ ଡି ଓ, ନିର୍ବାହୀ ଅଧିକାରୀଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କିରିଥିଲେ । ତା ପରେ ତାଙ୍କ ମୋବାଇଲକୁ ଏକ ମେସଜ ଜରିଆରେ ଅଭିଯୋଗ ନଥାଇ ଅଭିଯୋଗ ସମାଧାନ କଲୁ ବୋଲି ମେସଜ ର ଏକ ଲେଖା ମୋବାଇଲକୁ ଆସିଲା । ତାହା ପରେ ଏସ ଇ ଭଞ୍ଜନଘର ଏହାର କିଛି ସମାଧାନ ନ କରି ସ୍ମାଟ ମିଟର ର ଉପକାରିତା ବିଷୟରେ ମୋବାଇଲକୁ ମେସଜ ଦେଲେ , ଏହାର କୌଣସି ନ୍ୟାୟ ନ ପାଇ ଅଭିଯୋଗ କାରୀ ଗାଙ୍ଗପୁର ଥାନାରେ ଇ. ଅଭିଯୋଗ 7/6/2025ରେ ଦାଖଲ କରିଛନ୍ତି । ବିନା ସୂଚନା ରେ ବନ୍ଦ ଘରେ ମିଟର ବଦଳାଇବା କୌଣସି ନିୟମ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ନିନ୍ଦା କରିଛନ୍ତି । ଏହାର ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରିଛନ୍ତି । ବିନା ସୂଚନା ରେ ମିଟର ବଦଳାଇବା ସମ୍ବିଧାନିକ ଅଧିକାର ଖୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କାରୀ ସସ୍ମିତା ପାଣିଗ୍ରାହୀ କହିଛନ୍ତି ।