ବେଗୁନିଆପଡା,୦୪/୦୨(ପିପିଟି): ବେଗୁନିଆପଡା ବ୍ଲକର ୪୫ ନଂ ଜୋନ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପାର୍ଥିନି ମଧୁମିତା ସାହୁଙ୍କ ପାଇଁ ଛଚିନା ପଞ୍ଚାୟତର ମାଗୁରାଣୀ ଛାଞ୍ଚରା ଠାରେ ନିର୍ବାଚନୀ ପ୍ରଚାରରେ ଯୋଗଦେଇ ଶଙ୍ଖ ଚି଼ହ୍ନରେ ଭୋଟ ପାଇଁ ନିବେଦନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଅଗ୍ରଗତି ପାଇଁ ନିବେଦନ କରିବାସହ ଛଚିନା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପାର୍ଥିନୀ ଗୀତାଞ୍ଜଳି ସେଠୀ,ସମିତି ସଭ୍ୟ ପାର୍ଥି ବୁଦ୍ଧିଆ ଦାସଙ୍କ ନିର୍ବାଚନୀ ପ୍ରଚାରରେ ଯୋଗଦେଇ ସେମାନଙ୍କୁ ବିଜୟୀ କରିବା ସହ ପଞ୍ଚାୟତର ବିକାଶକୁ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ବିଧାୟିକା। ନୀଳାଞ୍ଚଳ ନାୟକ , ସେବା ସମବାୟ ସମିତି ସମ୍ପାଦକ ଏସ.ଛଚିନା ମଧ୍ଯ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି।