କୋଦଳା,୩୦/୧୦(ପିପିଟି): ରବିବାର ସନ୍ଧ୍ୟା ୭ଘଣ୍ଟ ସମୟରେ କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ପଞ୍ଚାୟତ ଜେ. ରାମପଲି ଗ୍ରାମରେ ଗ୍ରାମ ବାସୀଙ୍କ ସହାୟତାରେ ରାସ୍ତା ମଝିରେ କୋଦଳା ପୋଲିସର “ଆମ ପୋଲିସ ସମିତି “ବୈଠକ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଗ୍ରାମ ବାସୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବା ସହିତ ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ବୋଲି କହିଥିଲେ । ଯେ କୌଣସି କେଶ ହେଉନା କାହିଁକି ମୋ ଥାନା କୁ ଆସନ୍ତୁ ଆମ୍ଭେ ଆପଣଙ୍କୁ ସମ୍ପୂର୍ଣ ନିଶୁକ୍ଳ ସେବା ଯୋଗାଇଦେବୁ । ପରେ ପରେ ସମାଜ ରେ ଘଟୁଥିବା କୁ ପ୍ରଥା ଯଥା ଗୁଣି ଗାରେଡି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଗୁଣି ଗାରେଡି ହେଉଛି ଅନ୍ଧ ବିଶ୍ୱାସ, ଏଥିରେ କିଛି ସତ୍ୟତା ନାହିଁ, ଏହାକୁ ନେଇ ବହୁ ଧନ ଜୀବନ ନଷ୍ଟ ହେଉଛି, ଏହି କୁ ସଂସ୍କାର ପ୍ରଥାରେ ନ ପଡି ଯଦି ଏମିତି କିଛି ପରିସ୍ଥିତି ଦେଖାଯାଏ ତାହାହେଲେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ କରି ଥାନା ର ଆଶ୍ରୟ ନିଅନ୍ତୁ, ଏହା ଏକ ସାମାଜିକ ବ୍ୟାଧି ଏଥିରୁ ନିବୃତ ରୁହନ୍ତୁ ନତୁବା କେଶ ହେବା ନିଶ୍ଚିତ ବୋଲି କହିଥିଲେ ତତ ସହିତ ରାସ୍ତା ଘାଟରେ ଝାଡା ଫେରିବା, ଟ୍ରାଫିକ ନିୟନ୍ତ୍ରଣ, ଜୁଆ ଖେଳରୁ ନିବୃତ ରହିବା, ରାସ୍ତା ଘାଟ ତଥା ସର୍ବସାଧାରଣ ସ୍ଥାନରେ ମାଦକ ଦ୍ରବ୍ୟ ବିକ୍ରି ନ କରିବା ଏବଂ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ ଟଙ୍କା ହଡପ ହେଉଥିବାରୁ ସେଥିପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଯାହାର ଯାହା ଅସୁବିଧା ହେଉଛି ଟୋଲ ଫ୍ରି ନମ୍ବର ୧୧୨ କୁ ଡାଏଲ କରନ୍ତୁ, ପୋଲିସ ଆପଣଙ୍କ ପଖାରେ ପହଞ୍ଚିବ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବ ଇନିସ୍ପେକ୍ଟର ଜଗଦୀଶ ପଣ୍ଡା ଓ ପୋଲିସ କର୍ମକର୍ତ୍ତା ସମେତ ୱାର୍ଡ ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Prev Post