ଜୁଲାଇ ପହିଲାରେ ଉଦଘାଟିତ ହେବ ପୋଲସରା ଜେ.ଏମ୍.ଏଫ୍.ସି ।

0 353

ପୋଲସରା,୨୯/୦୬(ପିପିଟି); ଜୁଲାଇ ପହିଲା ଦିନ ପୋଲସରାରେ ବହୁ ପ୍ରତୀକ୍ଷିତ କନିଷ୍ଠ ଦେୱାନି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ କୋଭିଡ୍ କଟକଣା ଯୋଗୁଁ ଭରଚୁଆଲ ମୋଡ୍ ରେ ହେବ। ଉକ୍ତ ଦିନ କୋଦଳା ସବ୍ ଜଜ ଓ ଅତିରିକ୍ତ ଜିଲ୍ଲା ଜଜ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଯେ ପୋଲସରା ଅଞ୍ଚଳର ସମସ୍ତ ମାଲିମୋକଦ୍ଦମା ଆଜି ପର୍ଯ୍ୟନ୍ତ କୋଦଳା କୋର୍ଟରେ ହେଉଥିଲା। ଏଣୁ ପୋଲସରା ଅଞ୍ଚଳର ପେଶାଦାର ଆଇନଜୀବୀ ମାନେ ଦୀର୍ଘ ବର୍ଷ ହେଲା ପୋଲସରା ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପ୍ରତିଷ୍ଠା କରିବା ପାଇଁ ଦାବି ଓ ଉଦ୍ୟମ କରି ଆସୁଥିଲେ। ତେବେ ରାଜନୈତିକ ଇଛାଶକ୍ତିର ଅଭାବ ସାଙ୍ଗକୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ କୋର୍ଟ ପ୍ରତିଷ୍ଠା ବିଳମ୍ବିତ ହୋଇଥିଲା। ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ରେ ବହୁ ପୂର୍ବରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ବହୁ ପୂର୍ବରୁ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପୋଲସରା ବାଦ୍ ପଡିଥିଲା। ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଯୋଗୁଁ ଆସନ୍ତା ଗୁରୁବାର ଦିନ ଏଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ଉଦ୍‌ଘାଟନ ହେଉଥିବାରୁ ପୋଲସରା ଅଞ୍ଚଳର ସମସ୍ତ ଆଇନଜୀବୀ , ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଆନନ୍ଦ ପ୍ରକାଶ କରିଛନ୍ତି।

(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.