ପଦ୍ମପୁର,୧୭/୦୯(ପିପିଟି); ବରଗଡ ଙଙଙ ଜଗଦଲପୁର ଥାନା ଅଞ୍ଚଳରେ ସମସ୍ତ ପ୍ରକାରର ଅସାମିଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛିା କାରଣ ଛତିଶଗଡ ରାଜ୍ୟକୁ ଲାଗି ରହିଛି ଏଇ ଥାନା । ଯେ ଏଠିକି ଆସନ୍ତି ସେମାନେ ଏଠୁ ମାଲେ ମାଲହୋଇ ଯାଆନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଚରା ଭୂଇ କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଯାହାବି ହେଉ ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସରେଇକେଲାରେ ବିଳମ୍ବିତ ରାତ୍ରରେ ଚାଲିଥିବା ଘୁଡୁଘୁଡୁ ପଟ୍ଟି ଜୁଆଖେଳ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଲିତା ବାର୍ଲା ଏକ ଟିମ ଗଠନ କରି ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ । ଏଏସଆଇ ସତ୍ୟାନନ୍ଦ ଭୋଏ , ଏଏସଆଇ ପ୍ରଦୀପ ପାଣି,ହାବିଲଦାର ଜିତେନ୍ଦ୍ରୀୟ ଦାଶ,କନଷ୍ଟବଲ ବେଦବ୍ୟାସ ସାହୁ,ସ୍ବରୂପା ବଗାର,ପ୍ରଶାନ୍ତ ପଢିଆମୀ,ଗିରେନ ବାରିକ ବିଭିନ୍ନ ସ୍ଥାନରେ ଛପି ଥିଲେ । ଖେଳରେ ମାତିଥିବା ଯୋଗୁଁ ଜୁଆଡି ମାନେ ପୋଲିସର ସ୍ଥିତି ପାଇପାରିନଥିଲେ । ତାପରେ ପୋଲିସ ଅତର୍କିତ ଚଢାଉ କରି ୫ ଜଣ ଜୁଆଡିକୁ କାବୁକରିବାରେ ସକ୍ଷମ ହେଲେ । ତାଙ୍କ ଠାରୁ ନଗଦ ୬୪୬୦/ଟଙ୍କା,ଘୁଡୁଘୁଡୁ ପଟ୍ଟି,ଗୋଟିଏ ,୨ ଟି ମୋବାଇଲ,ଓଡି୧୭କ୍ୟୁ୪୩୪୪ ପ୍ଲାଟିନା,ସିଜି ୦୬ କେ ୩୭୦୩ ଟିଭିଏସ ସାଇନ ଗାଡି ଜବତ କରିଛନ୍ତି । ଗିରଫ ହୋଇଥିବା ଜୁଆଡିମାନେ ହେଲେ ଜଗଦଲପୁର ଥାନା ଅଧିନସ୍ଥ ସମ୍ବଲପୁରୀ ଗ୍ରାମର ନରେନ୍ଦ୍ର ତରିଆ,କ୍ଷୀରାପାଲି ଗ୍ରାମର ସନୁ ଭୋଇ,ମେଲଛାମୁଣ୍ତା ଥାନା ଅଧିନସ୍ଥ ସାରଙ୍ଗପୁର ଗ୍ରାମର କିର୍ତୀ ପ୍ରଧାନ,ସଂଜୟ ବରିହା,ରବିନ୍ଦ୍ର ଭୋଇ । ପୋଲିସ କେଶ ନଂ ୧୨୧ /୨୦ ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଏଏସଆଇ ସତ୍ୟାନନ୍ଦ ଭୋଏ ଘଟଣାର ତଦନ୍ତ କରୁଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)