ଜିଲ୍ଲା ସ୍ତରୀୟ ସ୍ବଳ୍ପ ସଞ୍ଚୟ ଦିବସ ପାଳିତ ।

0 229

ମାଲକାନଗିରି,୧୨/୧୧(ପିପିଟି):
ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ସ୍ନିଗ୍ଧା ଚୌଧୁରୀ ସହକାରୀ ଜିଲ୍ଲାପାଳଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦାନ କରି ଛାତ୍ର ଛାତ୍ରୀମାନଙ୍କୁ ସ୍ବଳ୍ପ ସଞ୍ଚୟ ବିଷୟରେ ମତବ୍ୟକ୍ତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିଦରଣ କରିଥିଲେ। ଅନ୍ୟତମ ଅତିଥି ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଯୋଗଦେଇ ରୋଜଗାର କରିବା, କମ ଖର୍ଚ୍ଚ କରିବା ଏବଂ ଅଧିକା ସଞ୍ଚୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଆଜିର ଦିବସର ତାପ୍ତର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ପରିଶେଷରେ ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟରେ ଅନ୍ୟାନ୍ୟ ଅଧ୍ୟାପକ,ଅଧ୍ୟାପିକ ଡ଼ଃ ଗୋକୁଳାନନ୍ଦ ପାତ୍ର, ଅରୁଣ କୁମାର ପଣ୍ଡାଙ୍ଗି ଏବଂ ଏନସିସି ଅଧିକାରୀ ସୁଶାନ୍ତ କୁମାର ମାଝୀ,ଦିବ୍ୟସିଂହ ପାଇକରାଏ ବରିଷ୍ଠ କିରାଣୀ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.