ମାଲକାନଗିରି,୧୦/୧୨(ପିପିଟି): ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ବୈଠକ ମାଲକାନଗିରି ଜିଲ୍ଲା ପ୍ରଶାସନ , ଆକ୍ସନ ଏଡ୍ ଓ ୟୁନିସେଫ୍ ଓଡିଶାଙ୍କ ମିଳିତ ଉଦ୍ୟମରେ ଡିଆରଡିଏ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ ଅଧ୍ୟକ୍ଷତା କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କିଶୋର କିଶୋରୀମାନେ ସଂଗଠିତ ହୋଇ ସ୍ବରୋତ୍ତଳନ କରି ପାରିଲେ ହିଁ ମାଲକାନଗିରି ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ହୋଇ ପାରିବ ବୋଲି କହିଥିଲେ । ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଆଲୋକପାତ କରିଥିଲେ । ବାଲ୍ୟ ବିବାହ ରୋକା ପାଇଁ କିଶୋରୀମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଇଥିବା ସଂପର୍କରେ ଆଲୋଚନା କରିଥିଲେ । ମାଲ୍ୟବନ୍ତ ନନ୍ଦିନୀ ନାମକ ଏକ ସ୍ବତନ୍ତ୍ର ଅଭିଯାନ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଚାଲୁଛି ଏବଂ ବିଭିନ୍ନ ବିଭାଗ ସମନ୍ଵୟରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜିଲ୍ଲା ପରାମର୍ଶ ଦାତା ପ୍ରଶନ୍ନ ମିଶ୍ର ଜିଲ୍ଲାରେ ବାଲ୍ୟ ବିବାହ ସ୍ଥିତି ଉପରେ ଆଲୋପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ ଗୋଟି ପ୍ରକଳ୍ପ ମଧ୍ଯରୁ ୩୫ କିଶୋର କିଶୋରୀ ଅଂଶ ଗ୍ରହଣ କରିଥିଲେ । ସେମାନେ କିପରି ଏକତ୍ରିତ ହୋଇ ବାଲ୍ୟ ବିବାହ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ସେ ସଂପର୍କରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଅକିଷୟ ଖେମୁଡୁ, ଡିସିପିଓ ନାରାୟଣ ଦାସ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ବଳରାମ ଭୂମିଆ,ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନା ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ଯୋତ୍ସ୍ନାରାଣୀ ଆଚାର୍ଯ୍ଯ,ପିଓ ଇନ୍ଦ୍ର ପ୍ରଧାନ,ଜିଲ୍ଲା ପରାମର୍ଶଦାତା ପ୍ରଶନ୍ନ ମିଶ୍ର ଏବଂ ଜିଲ୍ଲାର ସମସ୍ତ ସିଡିପିଓ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)