ଜିଲ୍ଲା ସ୍ତରୀୟ ଜାତୀୟ ସ୍ବେଛା କୃତ ରକ୍ତ ଦାନ ଦିବସ ପାଳିତ ।

0 224

ସୁବର୍ଣ୍ଣପୁର ,୦୧/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଜାତୀୟ ସ୍ବେଛା କୃତ ରକ୍ତ ଦାନ ଦିବସ ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ବି ଡି ଡ଼ା ଗୋପାଳ ଚନ୍ଦ୍ର ମଲ୍ଲିକ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ସୋନପୁର ଡା ମାନସ ଦାଶ ,ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଓ ସୋନପୁର ଡ଼ିଗ୍ରୀ କଲେଜ ର ପ୍ରାଧ୍ୟାପକ ଉମାକାନ୍ତ ନାଗ ପ୍ରମୁଖ ମଂଚାସୀନ ଥିଲେ । ଅତିଥି ବୃନ୍ଦ” ରକ୍ତ ଦାନ ମହତ ଦାନ “ଉପରେ ଆଲୋଚନା କରି ସ୍ବେଛା କୃତ ରକ୍ତ ଦାନ କରି ନିରାପଦ ରକ୍ତ ସଂଚାରଣ ସୁନିଶ୍ଚିତ କରିବା ଓ ସମସ୍ତେ ଜଣେ ଜଣେ ସ୍ବେଛା କୃତ ରକ୍ତ ଦାତା ହୋଇ ସମାଜରୁ ରକ୍ତ ଅଭାବକୁ ଦୂର କରାଇ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବା ଉପରେ ଗୁରୁତ୍ଵା ରୋପ କରିଥିଲେ ।

ଉକ୍ତ ସଭାରେ ବହୁ ରକ୍ତ ଦାତା ସ୍ବେଛାସେବୀ ସଂଗଠନ ର କର୍ମକର୍ତା , ଆଶା, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଦିବସ ରେ ୨୫ ଜଣ ବ୍ୟକ୍ତି ସ୍ବେଛାକୃତ ଭାବରେ ଆସି ରକ୍ତ ଦାନ କରିଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଦିବସ ରେ ୨୫ ଟି ସ୍ବେଛାକୃତ ରକ୍ତଦାତା ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଗଲା ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.