ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ସ୍ୱାନ୍ତନା ।

0 59

ହିଞ୍ଜିଳିକାଟୁ,ତା-୦୬/୦୯(ପିପିଟି) ; ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରତ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୮ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ପ୍ରାୟ ୨୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ୨ଜଣ ସୁରତ ବାସିନ୍ଦା ବାକି ୬ ଜଣ ମୃତକଙ୍କ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଳକ କ୍ଷେତ୍ରୀୟବରପୁର ହରିହର ସାହିର ସୁଶାନ୍ତ ସ୍ୱାଇଁ ,ଗାଙ୍ଗପୁର ପଞ୍ଚାୟତ ବୋରି ଗ୍ରାମର ନାରାୟଣ ଗୁରୁ, ଛତ୍ରପୁର ଥାନା ସୁନ୍ଦରାପୁର ଗ୍ରାମର ସମୀର ମହାଙ୍କୁଡ,ହିଞ୍ଜିଳି ଥାନା ବାଦିଆମ୍ବଗାଁର କୈଳାଶ ଜେନା, ଯୁଧିଷ୍ଠିର ନାୟକ, ତପନ ନାୟକ, ବିଶ୍ୱନାଥ ଡାକୁଆ ପ୍ରମୁଖଙ୍କ ମୃତ ଶରୀର ଛତିଶଗଡ ସରକାରଙ୍କ ପକ୍ଷରୁ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ନିଜ ଗ୍ରାମକୁ ପାଠାଇ ଦେଇଛନ୍ତି । ହିଞ୍ଜିଳିକାଟୁ ବ୍ଳକ ବାଦିଆମ୍ବଗାଁ ରବିବାର ସକାଳ ସମୟରେ ମୃତ କୈଳାଶ ଜେନାଙ୍କ ଶବ ଆସି ପହଁଚିବାପରେ ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଆଇଆଇସି ଅଭିମନ୍ୟୁ ଦାସ, ରାଜସ୍ୱ ନିରୀକ୍ଷକ ମଞ୍ଜୁଲତା ବେହେରାଙ୍କ ସମେତ ପୋଲିସ କର୍ମଚାରୀ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ । ମୃତଙ୍କ ପରିବାରଙ୍କୁ ଶୋକସନ୍ତପ ସହ ଗଭୀର ସମବେଦନା ଜଣାଇଥିଲେ । ରେଡକ୍ରସ ପାଣ୍ଠିରୁ ୧୦ ହଜାର ଅର୍ଥ ରାଶି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ମୃତକଙ୍କ ପରିବାରଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ଅନୁକମ୍ପା ରାଶି ଏକ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.