ଆସ୍କା,୦୪/୧୧(ପିପିଟି): ଆସ୍କା ଅଞ୍ଚଳରେ ପୁଣି ଜାଲ୍ ସାର୍ଟିଫିକେଟ ଘଟଣାରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ପାଣ୍ଡିଆପଥର ଜେଜିଉୟୁପିଏସ ସହକାରୀ ଶିକ୍ଷକ ବାୟାମନ ପଣ୍ଡା ଜାଲ୍ ବିଇଡି ପ୍ରମାଣପତ୍ର ଦେଇଥିବା ନେଇ ଯାଞ୍ଚ ବେଳେ ଜଣାପଡିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ବିଇଡି ପ୍ରମାଣପତ୍ର ଜାଲ୍ ଥିବା ନେଇ ତଦନ୍ତ ରିପୋର୍ଟରେ ଜଣାଇବା ପରେ ଆସ୍କା ବିଇଓ ଆସିକା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ଆସ୍କ ଥାନା କେଶ ନମ୍ବର ୭୨୦,ତା- ୦୨/୧୧/୨୦୨୧ ଅନୁଯାୟୀ ଧାରା ୪୬୭/୪୬୮/୪୭୧/୪୨୦ ରେ ମାମଲା ରୁଜୁ କରି ବାୟାମନ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆସ୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।