ନୟାଗଡ,୨୬/୧୧(ପିପିଟି): ସ୍ଥାନୀୟ ପିମିଟ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ୭ ଦିନଧରି ସ୍ବତନ୍ତ୍ର ଶିବିର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଠ ଖଜୁରୀଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୭ ଜଣ ଛାତ୍ର ଅଂଶଗ୍ରହଣ କରିଥିବାର ସୂଚନା ମିଳିଥିବା ବେଳେ ଛାତ୍ର ମାନେ ଗାଁ ଦାଣ୍ଡ ନଳକୂପ, ମନ୍ଦିର ପରିସର, ସଫା କରିବା ସହିତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଗ୍ରାମବାସୀ ମାନଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଥିବାର ଦେଖିବାକୁ ମିଳିଛି । ଠିକ୍ ସେହିପରି କନ୍ୟା ଭ୍ରୁଣହତ୍ୟା,ବାଲ୍ୟବିବାହ, ଆଦି ରୋକିବା ସହିତ ମଶାରୀ ଏବଂ ସାନିଟାଇଜର ବ୍ୟବହାରକୁ ଯଥେଷ୍ଟ ଗୁରୁତ୍ବ ଦେଇଥିଲେ ତତ୍ ସଙ୍ଗେ ସଙ୍ଗେ ହିଂସା ପରିତ୍ୟାଗ କରିବା ସହିତ ଗ୍ରାମରେ ଶାନ୍ତି ପ୍ରତିଷ୍ଠା କରି ଉତ୍ତମ ଭାଇଚାରା ସୃଷ୍ଟି କରିବା ନିମନ୍ତେ ଜନ ସାଧାରଣ ମାନକୁ ଅବଗତ ମଧ୍ୟ କରାଇଥିଲେ । ମଠ ଖଜୁରୀଆ ଗ୍ରାମ ପରିସର ରେ ଅନୁଷ୍ଠିତ ଅନୁଷ୍ଠିତ ଜାତୀୟ ସେବା ଯୋଜନାର ଉତ୍ସବରେ ପୀମିଟ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁନିଲ କୁମାର ମହାପାତ୍ର ଏବଂ ପିମୀଟ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ସତ୍ୟନାରାୟଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ । ଛାତ୍ର ମାନଙ୍କୁ ଅନେକ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ ସରୋଜ କୁମାର ନାୟକଙ୍କ ବଳିଷ୍ଠ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
(ରିପୋର୍ଟ :- ଜିତେନ୍ଦ୍ର ମହାପାତ୍ର ।)