ମାଲକାନଗିରି,୩୦/୧୧(ପିପିଟି): ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁଙ୍କ ଦିଗଦର୍ଶନରେ +୨ ଓ +୩ ଛାତ୍ରଛାତ୍ରୀମାନଙ୍କୁ ନେଇ ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟକୁ ନେଇ ଏକ ସେମିନାର ଅନୁଷ୍ଠିତ ହୋଇ ଯାଇଛି । ଏହି ସେମୀନାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ ଉକ୍ତ କର୍ମଶାଳାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ବାଣିଜ୍ୟ ବିଭାଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ଅଧ୍ୟାପିକା ସୁଶ୍ରୀ ଆରତୀ ଲୁଗୁନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେମୀନାର ର ଆବାହକ ଡ଼ଃ ସ୍ବାଇଁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରି ଜାତୀୟ ଶିକ୍ଷା ନୀତି କିପରି ଛାତ୍ରଛାତ୍ରୀମାନଙ୍କୁ ସହାୟକ ହେବ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ନୂତନ ଜାତୀୟ ଶିକ୍ଷା ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋଚନା କରି ଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ନୂତନ ଶିକ୍ଷା ନୀତିରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମୀନାରର ମୁଖ୍ଯବକ୍ତା ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷାବିତ ରବୀନ୍ଦ୍ର କୁମାର ମହାରଣା ଜାତୀୟ ଶିକ୍ଷା ନୀତି୨୦୨୦ର ପୃଷ୍ଠଭୂମି, ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ,ନୀତି, ସଂସ୍କାର,ବିଦ୍ୟାଳୟ ଶିକ୍ଷା,ଉଚ୍ଚ ଶିକ୍ଷା ରେ ଅଣାଯାଇ ଥିବା ନୂତନ ପରିବର୍ତ୍ତନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗୀ ଓ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିକ୍ରମ ଦେବ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପିକା ମେଘା ଅଗ୍ରୱାଲ ସେମୀନାରକୁ ସୁନ୍ଦର ଭାବେ ସଂଯୋଜନା କରିଥିଲେ।ଅଧ୍ୟାପିକ ଦୀପ୍ତି ରେଖା ମିଶ୍ର ,ଆରତୀ ଲୁଗୁନ ସେମୀନାରରେ ଅଂଶ ଗ୍ରହଣ କରିବା ସହ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।+୩ ବାଣିଜ୍ୟ ବିଭାଗ ,ସମ୍ମାନର ୧୧ ଜଣ ଛାତ୍ରଛାତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ପ୍ରସ୍ତୁତ ସାରଗର୍ଭକ ସନ୍ଦର୍ଭ ପାଠ କରିଥିଲେ ।ବାଣିଜ୍ୟ ବିଭାଗର ୬ ଜଣ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ନୂତନଭାବେ ନାମ ଲେଖାଇ ଥିବା +୨ ଓ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ତରଫରୁ କଲମ ଓ ପୁଷ୍ପ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରଥମ କରି ଅନୁଷ୍ଠିତ ହୋଇଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଏହାର ଉଚ୍ଚ ପ୍ରସଂଶା କରିଥିଲେ। ସନ୍ଦର୍ଭ ପାଠ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହରିଶ ରାବତ,କାହ୍ନା ସାହୁ ,ଜଗନ୍ ଦାସ,ଆଦିତ୍ୟ ପାଢ଼ୀ, ବ୍ରଜେନ୍ଦ୍ର ସିଂହ ପ୍ରଭୁତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ବାଣିଜ୍ଯ ଅଧ୍ଯାପକ ବିଜି ରାଓ ଧନ୍ଯବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post