ନୂଆଦିଲ୍ଲୀ,୩୦/୦୮: ଶନିବାର ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁ ଜାତୀୟ କ୍ରୀଡା ପୁରସ୍କାର ଅର୍ଥରାଶି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଅର୍ଥରାଶି ୭.୫ ଲକ୍ଷ ଟଙ୍କା ରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅର୍ଜୁନ ପୁରସ୍କାର ଅର୍ଥରାଶି ୫ ଲକ୍ଷ ଟଙ୍କା ରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଜୀବନବ୍ୟାପୀ ସାଧନା) ୫ ଲକ୍ଷ ଟଙ୍କା ରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର (ନିୟମିତ) ୫ ଲକ୍ଷ ଟଙ୍କା ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।